ବାହାନଗା ରେଳ ଦୁର୍ଘଟଣା: ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ

କରମଣ୍ଡଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୧କୁ ପହଞ୍ଚିଛି । କଟକ ଏସସିବି ମେଡ଼ିକାଲରେ ଆହତ ହୋଇ ଚିକିତ୍ସିତ ହେଉଥିବା ଆଉ ଜଣେ ଆହତଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବିହାରର ସୋହେଲ ମନସୁର୍‌ ।

କଟକ (କେନ୍ୟୁଜ): ବାହାନଗା ରେଳ ଦୁର୍ଘଟଣାରେ ଆଉ ଜଣେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । କରମଣ୍ଡଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୧କୁ ପହଞ୍ଚିଛି । କଟକ ଏସସିବି ମେଡ଼ିକାଲରେ ଆହତ ହୋଇ ଚିକିତ୍ସିତ ହେଉଥିବା ଆଉ ଜଣେ ଆହତଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବିହାରର ସୋହେଲ ମନସୁର୍‌ । ତାଙ୍କ ବୟସ ୩୭ ବର୍ଷ । ଟ୍ରମା ICUରେ ଚିକିତ୍ସା ଚାଲିଥିଲା । ମୃତକଙ୍କ କିଡ଼ିନି ସମସ୍ୟା ରହିଥିଲା । ଏସସିବି ମେଡ଼ିକାଲର କୁଳ ସଚିବ ଡକ୍ଟର ଅଭିନାଶ ରାଉତ ଏହି ସୂଚନା ଦେଇଛନ୍ତି । ଏହାକୁ ମିଶାଇ ଏସସିବିକୁ ଆସିଥିବା ଆହତଙ୍କ ଭିତରୁ ୩ ଜଣଙ୍କ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.