Below header

କଟକ ଜିଲ୍ଲା ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ, କୌଣସି ସୋ ରୁମ ଗ୍ରାହକଙ୍କୁ ନୋ ଏକ୍ସଚେଞ୍ଜ କିମ୍ବା ନୋ ରିଟର୍ଣ୍ଣ ବୋଲି କହି ପାରିବେ ନାହିଁ

କଟକ(କେନ୍ୟୁଜ୍):  କଟକ ଜିଲ୍ଲା ଖାଉଟି ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । କୌଣସି ସୋ ରୁମ ଗ୍ରାହକଙ୍କୁ ନୋ ଏକ୍ସଚେଞ୍ଜ କିମ୍ବା ନୋ ରିଟର୍ଣ୍ଣ ବୋଲି କହି ପାରିବେ ନାହିଁ । ଗ୍ରାହକଙ୍କୁ ସାମଗ୍ରୀ ପସନ୍ଦ ନହେଲେ ସେମାନେ ସୋ ରୁମରେ ପରିବର୍ତ୍ତନ କରିପାରିବେ । କଟକ ଦୋଳମୁଣ୍ଡେଇର ଏକ ସୋ ରୁମକୁ ଗ୍ରାହକଙ୍କ ଶାଢୀର ଦାମ ୫ହଜାର ୪ଶହ ଟଙ୍କା ଫେରାଇବା ସହ ୪୦ ହଜାର କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲା ଖାଉଟି ଫୋରମ । ଏହା ସହ ଅଦାଲତ ମାମଲା ଖର୍ଚ୍ଚ ବାବଦରେ ଗ୍ରାହକଙ୍କୁ ୧୦ ହଜାର ଟଙ୍କା ଦେବାକୁ ମଧ୍ୟ ସୋରୁମକୁ ନିର୍ଦ୍ଦେଶ ଦେଇଛି ଫୋରମ ।

ଦୋଳମୁଣ୍ଡେଇର ଏକ ସୋ ରୁମରୁ ଅରବିନ୍ଦ ପଟ୍ଟନାୟକ ନାମକ ଜଣେ ଆଇନଜୀବୀ ଗତବର୍ଷ ଫେବ୍ରୁଆରୀରେ ଏକ ପାଟଶାଢୀ କିଣିଥିଲେ । କିନ୍ତୁ ଶାଢ଼ୀ ପସନ୍ଦ ନ ହେବାରୁ ପରଦିନ ପରିବର୍ତ୍ତନ ପାଇଁ ଯାଇଥିଲେ । ହେଲେ ସଂପୃକ୍ତ ସୋ ରୁମ ସେହି ଶାଢୀ ପରିବର୍ତ୍ତନ ନ କରିବାରୁ କଟକ ଜିଲ୍ଲା ଖାଉଟି ଅଦାଲତଙ୍କ ଦ୍ଵାରସ୍ଥ ହୋଇଥିଲେ ଅରବିନ୍ଦ । ଜିଲ୍ଲା ଫୋରମ ଏହି ମାମଲାର ଶୁଣାଣି କରି ଗ୍ରାହକଙ୍କୁ କୌଣସି ସୋ ରୁମ ନୋ ଏକ୍ସଚେଞ୍ଜ ବା ନୋ ରିଟର୍ଣ୍ଣ କହି ପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.