Below header

ଦେଶରେ କରୋନାର ଭୟାବହ ଦ୍ୱିତୀୟ ଲହର ପାଇଁ ନିର୍ବାଚନ କମିସନ ଦାୟୀ: ମାଡ୍ରାସ ହାଇକୋର୍ଟ

କେନ୍ୟୁଜ୍(ବ୍ୟୁରୋ):  ଅସହ୍ୟ ହେଲାଣି କରୋନା ଜନିତ ମୃତ୍ୟୁ ମାମଲା। ଦେଶରେ କରୋନାର ଭୟାବହ ଦ୍ୱିତୀୟ ଲହର ପାଇଁ ନିର୍ବାଚନ କମିସନଙ୍କୁ ଦାୟୀ କରିଛନ୍ତି ମାଡ୍ରାସ ହାଇକୋର୍ଟ।  ନିର୍ବାଚନ କମିସନଙ୍କୁ କଡ଼ା ଭର୍ତ୍ସନା କରିବା ସହ ନିର୍ବାଚନ ରାଲି ଦ୍ୱାରା ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ସାଂଘାତିକ ସ୍ଥିତି ଧାରଣ କରିଛି ବୋଲି କହିଛନ୍ତି ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ । ନିର୍ବାଚନ କମିସନ ଅଧିକାରୀଙ୍କ ବିରୋଧରେ କାହିଁକି ହତ୍ୟା ମାମଲା ରୁଜୁ ହେବ ନାହିଁ ବୋଲି ମୌଖିକ ଟିପ୍ପଣୀ ରଖିଛନ୍ତି ।

କରୋନା ସଂକ୍ରମଣ ବେଳେ ନିର୍ବାଚନ ରାଲିକୁ ଅନୁମତି ଦେବା କମିସନଙ୍କର ସବୁଠାରୁ ଭୁଲ ନିଷ୍ପତ୍ତି ଥିଲା। କୋଭିଡ ଦ୍ୱିତୀୟ ଲହରର ଭୟାବହତା ପାଇଁ ନିର୍ବାଚନ କମିସନ କେବଳ ଏକମାତ୍ର ସଂସ୍ଥା ଦାୟୀ ବୋଲି କ୍ଷୁବ୍‌ଧ ହୋଇ କହିଛନ୍ତି ମାଡ୍ରାସ ହାଇକୋର୍ଟ। କୋଭିଡ ୧୯ ପ୍ରୋଟୋକଲ୍‌ର ପାଳନ ନହେଲେ ମେ’୨ ତାରିଖରେ ହେବାକୁ ଥିବା ଭୋଟ ଗଣତି ବନ୍ଦ କରିବାକୁ ହାଇକୋର୍ଟ ଚେତାବନୀ ଦେଇଛନ୍ତି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.