କାଲିଠାରୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ଆରମ୍ଭ ହେବ ନାମଲେଖା

କେନ୍ୟୁଜ୍(ବ୍ୟୁରୋ):  କାଲିଠାରୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ଆରମ୍ଭ ହେବ ନାମଲେଖା। ଏନେଇ ଆଜି ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ବିଧିବଦ୍ଧ ଜଣାଇଛନ୍ତି। ରାଜ୍ୟର ସମସ୍ତ ଡିଇଓ, ବିଇଓ ଏବଂ ଡିପିସିମାନଙ୍କୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ। କାଲିଠାରୁ ଆରମ୍ଭ ହୋଇ ମେ ୩୧ ତାରିଖ ସୁଦ୍ଧା ଶେଷ କରିବାକୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି। ସକାଳ ୭ଟାରୁ ସାଢେ ୯ଟା ଯାଏ ଚାଲିବ ନାମଲେଖା ପ୍ରକ୍ରିୟା। କୋଭିଡ୍‌ କଟକଣା ଭିତରେ ହେବ ନାମଲେଖା।

ଏକା ସାଙ୍ଗରେ ସ୍କୁଲ ଭିତରକୁ ୫ ଜଣ ଅଭିଭାବଙ୍କୁ ଅନୁମତି ପ୍ରବେଶ ମିଳିବ। ନାମଲେଖା ସମୟରେ କୋଭିଡ ଗାଇଡଲାଇନର ଯେଭଳି ଉଲ୍ଲଙ୍ଘନ ନହୁଏ ସେଥିପ୍ରତି ସ୍କୁଲ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ। ନାମଲେଖା ନେଇ ‘ଶିକ୍ଷା ସଂଯୋଗ’ ହ୍ଵାଟସଅପ୍‌ ଗ୍ରୁପ୍‌ ମାଧ୍ୟମରେ ଅଭିଭାବକମାନଙ୍କୁ ଜଣାଇବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.