Below header

ଚଳିତ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ କମିଛି ୨୦୧ଟି ପ୍ରାଣୀଙ୍କ ସଂଖ୍ୟା

ରାଜନଗର : ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ସ୍ତନ୍ୟପାୟୀ ପ୍ରାଣୀଗଣନା ଗତ ମାସ ନଭେମ୍ବର ୨୩ତାରିଖରୁ ଆରମ୍ଭ ହୋଇ ୨୫ ତାରିଖରେ ଶେଷ ହୋଇଥିଲା । ୩ ଦିନ ଧରି ୫ଟି ରେଞ୍ଜର ୧୧ଟି ବିଟ୍ ରେ ଏହି ଗଣନା କରାଯାଇଥିଲା ।

ଚଳିତ ବର୍ଷ ୭୯୦୪ଟି ସ୍ତନ୍ୟପାୟୀ ପ୍ରାଣୀଙ୍କ ଗଣନା କରାଯାଇଥିବା ବେଳେ, ଗତବର୍ଷ ୮,୧୦୫ଟି ସ୍ତନ୍ୟପାୟୀ ପ୍ରାଣୀଙ୍କ ଗଣନା କରାଯାଇଥିଲା । ଯାହାଫଳରେ ଚଳିତ ବର୍ଷ ୨୦୧ଟି ପ୍ରାଣୀ ମାନଙ୍କ ସଂଖ୍ୟା କମିଥିବା ସୂଚନା ମିଳିଛି । କନିକା, ରାଜନଗର, ଗହିରମଥା, ମହାକାଳପଡା ଓ କୁଜଙ୍ଗ ଆଦି ରେଞ୍ଜରେ ଏହି ଗଣନା ତିନିଦିନ ଧରି ଚାଲିଥିଲା ।

ପାତିମାଙ୍କଡ, ବିଲୁଆ , ମାଛରଙ୍କା ବିରାଡି, ଓଧ, ନେଉଳ, ଠେକୁଆ, ବଣବିରାଡି(କଟାସ), ଚିତା ବିରାଡି, ଝିଙ୍କ,ହରିଣ,ବନ୍ୟଘୁଷୁରୀ ପ୍ରଭୃତି ସ୍ତନ୍ୟପାୟୀ ପ୍ରାଣୀ ମାନଙ୍କର ଗଣନା କରାଯାଇଛି ବୋଲି ରାଜନଗର ବନଖଣ୍ଡ ଅଧରକାରୀ ବିକାଶ ରଂଜନ ଦାସ୍ ସୂଚନା ଦେଇଛନ୍ତି । ଅପରପକ୍ଷରେ ହରିଣ ସଂଖ୍ୟା ବଢିଥିବା ବେଳେ ବାରାହା ସଂଖ୍ୟା କମିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.