ଆଜି ହୋଇଥାନ୍ତା ବାହାଘର ହେଲେ ରାତିରେ ହେଲା ଗୁଳିମାଡ଼: ଗୁରୁତର ଅବସ୍ଥାରେ ଯୁବକ ମେଡ଼ିକାଲରେ ଭର୍ତ୍ତି

ଗଞ୍ଜାମ: ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଯୁବକଙ୍କ ଉପରକୁ ଗୁଳିମାଡ଼ । ମାଣିକପୁରର ଜିତେନ୍ଦ୍ର ବାରିକଙ୍କ ଉପରକୁ ଗୁଳିମାଡ଼  ହେବା ପରେ ତାଙ୍କ ଘର ଉପରକୁ ବୋମା ମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ ।

ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଗୁରୁତର ଆହତ ହୋଇଛନ୍ତି ଜିତେନ୍ଦ୍ର ବାରିକ । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅନ୍ଯପଟେ ଆଜି ଜିିତେନ୍ଦ୍ରଙ୍କ ବାହାଘର ହୋଇଥାନ୍ତା। କିନ୍ତୁ ଗତକାଲି ବିଳମ୍ବିତ ରାତିରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଛି । ଏନେଇ ଖଲ୍ଲିକୋଟ ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.