ଆପଣ WhatsAppରେ ମେସେଜ୍‌ ପଢୁଛନ୍ତି କି ନାହିଁ ତାହା ଅନ୍ୟ ବ୍ୟକ୍ତିଙ୍କୁ ଜଣାଇବାକୁ ଚାହୁଁ ନାହାନ୍ତି କି? ତେବେ ଫଲୋ କରନ୍ତୁ ଏହିସବୁ ଟିପ୍ସ

ଇନଷ୍ଟାଣ୍ଟ ମେସେଜ୍ ପାଇଁ ସାରା ଦୁନିଆରେ ଖୁବ୍ ଚର୍ଚ୍ଚିତ ହୋଇ ସାରିଛି ହ୍ଵାଟସଆପ୍‌। ଏହି ଆପ୍‌କୁ ଅଧିକାଂଶ ୟୁଜର୍ସ ମଧ୍ୟ ବ୍ୟବହାର କରିଥାନ୍ତି। ହ୍ଵାଟସଆପ୍ ଜରିଆରେ ମେସେଜ୍, ଫଟୋ ଏବଂ ଭିଡିଓ ପଠାଇବା ଓ ପାଇବା ଭାରି ସହଜ। ଯେତେବେଳେ ହ୍ଵାଟସଆପ୍‌ରେ ବ୍ଲୁ ଟିକ୍ ନୋଟିଫିକେସନ୍ ଆସିଛି ସେବେଠାରୁ ଖୁବ୍ ପରିବର୍ତ୍ତନ ଦେଖିବାକୁ ମିଳୁଛି। ସେହିଭଳି ଅନ୍ୟମାନେ ଆପଣଙ୍କ ମେସେଜ୍ ପଢୁଛନ୍ତି କି ନାହିଁ ତାହା ଜାଣିବା ପାଇଁ ଆପଣଙ୍କୁ ବ୍ଲୁ ଟିକ୍ ଅନ୍ ରଖିବାକୁ ପଡ଼ିଥାଏ। ବ୍ଲୁ ଟିକ୍‌ ଆସିଲେ ମେସେଜ୍‌ ପଠାଇଥିବା ଲୋକ ବି ଜାଣି ପାରେ ଯେ ମୋ ମେସେଜ୍‌ ପଢ଼ାଗଲା । ତେବେ ଆଜି ଆପଣମାନଙ୍କୁ ଆମେ ଜଣାଇବୁ ଆପଣ ମେସେଜ୍‌ ପଢ଼ିବେ ହେଲେ ମେସେଜ୍‌ ପଠାଇଥିବା ବ୍ୟକ୍ତି ଜାଣି ପାରିବନି ଯେ ଆପଣ ମେସେଜ୍‌ ପଢ଼ିଛନ୍ତି ବୋଲି । କଥାଟା ଗୁପ୍ତ ରହିଯିବ । କାରଣ ମେସେଜ୍‌ ପଠାଇଥିବା ବ୍ୟକ୍ତିଙ୍କୁ ବ୍ଲୁ ଟିକ୍‌ ଯିବ ନାହିଁ ।

messageସାଧାରଣତଃ ହ୍ଵାଟସଆପ୍ ରେ ମେସେଜ୍ ପଢିବା ମାତ୍ରେ ସ୍କ୍ରିନ୍ ଉପରେ ଡବଲ୍ ବ୍ଲୁ ଟିକ୍ ଦେଖା ଯାଇଥାଏ। ସେହିଭଳି ଯଦି ଆପଣଙ୍କୁ କିଏ ହ୍ଵାଟସଆପ୍ ରେ ମେସେଜ୍ ପଠାଇଥାନ୍ତି ଏବଂ ଆପଣ ସେହି ମେସେଜ୍‌କୁ ପଢିଥାନ୍ତି ତେବେ ସେହି ମେସେଜ୍ ତଳେ ଡବଲ୍ ବ୍ଲୁ ଟିକ୍ ଦେଖାଯାଇଥାଏ, କିନ୍ତୁ ଯଦି ଆପଣ ଚାହୁଛନ୍ତି କି ଆପଣ ମେସେଜ୍ ପଢିଛନ୍ତି ବୋଲି ସେହି ବ୍ୟକ୍ତି ନଜାଣନ୍ତୁ ତେବେ ସେଥିପାଇଁ ମଧ୍ୟ କିଛି ଖାସ୍ ଟିପ୍ସ ରହିଛି। ଆସନ୍ତୁ ଜାଣିବା ଏହି ଟିପ୍ସ ବିଷୟରେ ।

WhatsAppରେ କରନ୍ତୁ ଏହିସବୁ ଉପାୟ

whatsapp message

-WhatsApp ରେ ମେସେଜ୍ ଆସିଲେ ସର୍ବ ପ୍ରଥମେ ଫ୍ଲାଇଟ୍ ମୋଡ୍‌ରେ ରଖିଦିଅନ୍ତୁ।
-ଏହାପରେ ହ୍ଵାଟସଆପ୍ ଓପନ୍ କରି ମେସେଜ୍ ପଢନ୍ତୁ।
-ଏବେ ଫ୍ଲାଇଟ୍ ମୋଡ୍‌କୁ ଡିଜେବଲ୍ କରିଦିଅନ୍ତୁ।
-ଏପରି କରିବା ପରେ ହ୍ଵାଟସଆପ୍‌କୁ ଫୋନର ମଲ୍ଟିଟାକ୍ସିଂ ରୁ ମଧ୍ୟ ହଟାଇ ଦିଅନ୍ତୁ।
-ଏହିସବୁ ଉପାୟ ଫଲୋ କରିବା ଦ୍ୱାରା ଆପଣ ମେସେଜ୍ ପଢ଼ି ପାରିବେ କିନ୍ତୁ ମେସେଜ୍ ପଠାଇଥିବା ବ୍ୟକ୍ତି ଜାଣିପାରିବେ ନାହିଁ ଆପଣ ମେସେଜ୍ ପଢିଛନ୍ତି ବୋଲି । କଣ ହ୍ଵାଟସଆପ୍‌ର ଇଏ ଏକ ମଜାଦାର ଫିଚର ନୁହେଁ କି ?

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.