Below header

ପୁଣି ଜାତୀୟ ସ୍ତରର ଓଡ଼ିଆଙ୍କ ଦବଦବା, ଡେପୁଟି ନିବର୍ବାଚନ କମିଶନର ହେଲେ ଜଗତସିଂହପୁର ପୁଅ

କେନ୍ୟୁଜ୍(ବ୍ୟୁରୋ):  ପୁଣି ଜାତୀୟ ସ୍ତରରେ ବଡ଼ ପଦବୀରେ ବସିବାକୁ ଯାଉଛନ୍ତି ପୁଣି ଜଣେ ଓଡ଼ିଆ ପୁଅ। ଓଡିଶାର ମନୋଜ କୁମାର ସାହୁ ହେଲେ ଦେଶର ଡେପୁଟି ନିର୍ବାଚନ କମିସନର । ପ୍ରଥମ ଓଡିଆ ଭାବେ ସେ ଡେପୁଟି ଇଲେକ୍ସନ କମିଶନର ପଦବୀରେ ବସିବାକୁ ଯାଉଛନ୍ତି। ଆସନ୍ତା ସପ୍ତାହରେ ଆଇଏଏସ ମନୋଜ ସାହୁ ତାଙ୍କର ନୂଆ ଦାୟିତ୍ୱ ଗ୍ରହଣ କରିବୋ

 

ଏହି ଯୁବ ଆଇଏଏସଙ୍କ ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ କୃଷ୍ଣପ୍ରସାଦପୁର ପଞ୍ଚାୟତରେ । ୨୦୦୬ରେ ମନୋଜ ଆଇଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ସେତେବେଳେ ତାଙ୍କୁ ୨୭ ବର୍ଷ ହୋଇଥିଲା । ମନୋଜଙ୍କ ବାପା ଚରଣ ସାହୁ ଚା ଦୋକାନୀ ଥିଲେ । ନିକଟରେ ତାଙ୍କର ପରଲୋକ ଘଟିଛି । ଆଇଏଏସ ମନୋଜ ସାହୁ ଏବେ କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନର ଯୁଗ୍ମ ସଚିବ ରହିଛନ୍ତି । ପୂର୍ବରୁ ଖଣି ଓ ଶକ୍ତି ଭଳି ବିଭିନ୍ନ ପଦରେ କାର୍ଯ୍ୟ କରିଛନ୍ତି । ଏହାବାଦ ଗୋଆ, ଅରୁଣାଚଳ ପ୍ରଦେଶରେ ମଧ୍ୟ କାର୍ଯ୍ୟ କରିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଥିଲେ ଆଇଏଏସ ମନୋଜ ସାହୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.