ମଣିପୁରରେ ଓ଼ଡ଼ିଆ ଯବାନ ସହିଦ୍‌

ସମ୍ବଲପୁର(କେନ୍ଯୁଜ୍) :ସହିଦ୍‌ ଯବାନ ସମ୍ବଲପୁର ରେଢ଼ାଖୋଲ ଧଉରାଖମଣ ଗାଁର ଚମ୍ପେଶ୍ୱର ମହାକୁଡ଼। ୨୦୦୧ରେ ସେ ଆସାମ ରାଇଫଲ୍‌ରେ କାର୍ଯ୍ୟରତ ଥିଲେ। ଏହାପରେ ସେ ମଣିପୁର ଚାଣ୍ଡେଲ ଜିଲ୍ଲାରେ ଅବସ୍ଥାପିତ ଥିଲେ। ଚମ୍ପେଶ୍ୱର ଶୁକ୍ରବାର ଦିନ ନିଜ ବାଟାଲିୟାନ୍‌  ସହ କମ୍ବିଂରେ ବାହାରିଥିବାବେଳେ ଉଗ୍ରବାଦୀ ସଙ୍ଗଠନ ପିପୁଲ୍‌ସ ଲିବରେସନ୍‌  ଆର୍ମୀ ସହ ମୁହାଁମୁହିଁ ହୋଇଥିଲେ। ଏନ୍‌କାଉଣ୍ଟରରେ ତାଙ୍କ ଦେହରେ ଗୁଳି ବାଜିଥିଲା। ଫଳରେ ଘଟଣା ସ୍ଥଳରେ ସହିଦ୍‌  ହୋଇଥିଲେ। ଚମ୍ପେଶ୍ୱରଙ୍କ ସ୍ତ୍ରୀ ଓ ପୁଅ ଅନୁଗୁଳରେ ରୁହନ୍ତି। ଆଜି ତାଙ୍କ ମରଶରୀର ତାଙ୍କ ଗାଁ ଧଉରାଖମଣରେ ପହଞ୍ଚିବ। ଏହି ଖବର ମିଳିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.