Below header

ଆଜି ମହାନ ବିପ୍ଳବୀ ସହିଦ ବାଘା ଯତୀନଙ୍କ ତିରୋଧାନ ଦିବସ

ବାଲେଶ୍ବର(କେନ୍ଯୁଜ୍) :ଆଜି ମହାନ ବିପ୍ଳବୀ ସହିଦ ବାଘା ଯତୀନଙ୍କ ତିରୋଧାନ ଦିବସ ,ଏଥିପାଇଁ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ବାଲେଶ୍ୱରରେ ବାଘା ଯତୀନ ବଳିଦାନ ଦିବସ ପାଳନ କରାଯାଉଛି । ଖୁବ୍ ଧୁମଧାମରେ ଏହି ଦିବସକୁ ପାଳନ କରାଯାଉଛି । ୧୯୧୫ ମସିହା ଆଜିର ଦିନରେ ବାଲେଶ୍ୱର ଚଷାଖଣ୍ଡ ହେଶୁଆ ପୋଖରୀ ନିକଟରେ ଇଂରେଜ ସରକାରଙ୍କ ପକ୍ଷରୁ ଗୁଳି ମାଡ଼ ହୋଇଥିଲା । ବାଲାଂଦେଶ ଢାକାରୁ ଆସିଥିବା ବାଘା ଯତୀନ ଓ ତାଙ୍କ ୪ ଜଣ ସାଙ୍ଗ ଲହୁଲୁହାଣ ହୋଇଥିଲେ ।

ସେପ୍ଟେମ୍ବର ୧୦ ତାରିଖରେ ବାଘା ଯତୀନଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରେ ଚିତ୍ତପ୍ରିୟଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ତିନି ସାଙ୍ଗ ନରେନ୍ଦ୍ର ଓ ମନୋରଞ୍ଜନଙ୍କୁ ବାଲେଶ୍ୱର ଜେଲ୍ରେ ଫାଶୀ ଦିଆଯାଇଥିବା ବେଳେ ଯତୀଶ ପଲଙ୍କର ବାଲେଶ୍ୱର ଜେଲରେ ଅକାଳ ବିୟୋଗ ହୋଇଥିଲା । ଘଟଣାସ୍ଥଳକୁ ସ୍ମୃତି ପୀଠ ଭାବେ ମାନ୍ୟତା ଦେଇଥିଲେ ସରକାର । ହେଲେ ବାଘା ଯତୀନଙ୍କ ବଳିଦାନ ଦିବସକୁ ଧୁମଧାମରେ ପାଳନ କରାଯାଉଥିବା ବେଳେ ସ୍ମୃତିପୀଠ, ରକ୍ଷଣାବେକ୍ଷଣ ଓ ପ୍ରଶାସନିକ ଅବହେଳାରୁ ଅବହେଳିତ ହୋଇ ରହିଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.