ଓଡିଶା ଆଦର୍ଶ ସ୍କୁଲର ଉପଦେଷ୍ଟା ଡ଼ଃ ବିଜୟ ସାହୁଙ୍କ ପରଲୋକ

 ଭୁବନେଶ୍ୱର(କେ ନ୍ୟୁଜ): ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଚ୍ୟାରମ୍ୟାନ ତଥା ଓଡିଶା ଆଦର୍ଶ ସ୍କୁଲ ଉପଦେଷ୍ଟା ବିଜୟ ସାହୁଙ୍କ ପରଲୋକ । ଏନେଇ ସୂଚନା ଦେଇଛନ୍ତି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଲୋକ ସମ୍ପର୍କ ଅଧିକାରୀ ଶରତ କର । ହାଇଦରାବାଦର ଏକ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ୫୮ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।

କୋଭିଡ ପରବର୍ତ୍ତୀ ଜଟିଳତା ନେଇ ଅସୁସ୍ଥ ଥିବା ନେଇ ସୂଚନା ମିଳିଛି । ଡ଼ଃ ସାହୁଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ ଯୋଗେ ଶୋକ ବ୍ୟକ୍ତ କରିଛନ୍ତି ।  ଏହା ସହ କିଟ ଓ କିସର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ ବି ଶୋକବ୍ୟକ୍ତ କରିଛନ୍ତି । ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.