Below header

ବିଶ୍ୱ ସାଇକେଲ ଦିବସ, ପ୍ରତିଦିନ ୩୦ ମିନିଟ ସାଇକେଲ ଚଳାଇଲେ ୪୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଏ ହୃଦରୋଗ ହେବା ଆଶଙ୍କା

ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ପୁଷ୍ଟିକର ଆହାର ସହ କିଛି ସମୟ ବ୍ୟାୟାମ କରିବା ନିହାତି ଜରୁରୀ । ଏମିତି କରିବା ଦ୍ୱାରା ଆମ ଶରୀର ଠିକ ରୂପେ କାର୍ଯ୍ୟ କରିଥାଏ । ଆଉ ଇମ୍ୟୁନିଟି ଷ୍ଟ୍ରଙ୍ଗ ହେବା ଦ୍ୱାରା କୌଣସି ରୋଗ ଆମକୁ ଶୀଘ୍ର କାବୁ କରିପାରି ନଥାଏ । ଅନ୍ୟ ବ୍ୟାୟାମ ପରି ସାଇକେଲ ଚଳାଇବା ବି ଏକ ଭଲ ଏକ୍ସରସାଇଜ । ଏକ୍ସପର୍ଟଙ୍କ ଅନୁଯାୟୀ, ପ୍ରତିଦିନ ଅତି କମରେ ତିରିଶ ମିନିଟ ସାଇକେଲ ଚଳାଇଲେ ଆମ ଶରୀର ସୁସ୍ଥ ରହିଥାଏ । ରୋଗ ଦାଉରୁ ସୁରକ୍ଷା ପାଇବା ସହ ଓଜନ ବି ନିୟନ୍ତ୍ରଣରେ ରୁହେ । କିନ୍ତୁ ଏବେକା ସମୟରେ କର୍ମବ୍ୟସ୍ତତା କାରଣରୁ ଲୋକେ ସାଇକେଲ ଚଳାଇବାକୁ ସେତେଟା ପସନ୍ଦ କରୁନାହାନ୍ତି । ସମୟ ବଞ୍ଚାଇବା ପ୍ରାଥମିକତା ପାଲଟି ଯାଇଥିବାରୁ ମୋଟର ଯାନକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ତେଣୁ ସାଇକେଲ ଚାଳନା ପ୍ରତି ଲୋକଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ଜୁନ ମାସ ୩ ତାରିଖକୁ “ବିଶ୍ବ ସାଇକେଲ ଦିବସ” ଭାବେ ପାଳନ କରାଯାଇ ଆସୁଛି ।

ହୃଦଯନ୍ତ୍ର ସୁସ୍ଥ ରଖେ:

ପ୍ରତିଦିନ ଅତିକମରେ ୩୦ ମିନିଟ ସାଇକେଲ ଚଳାଇଲେ ହାର୍ଟ ବିଟ ବଢିଥାଏ । ରକ୍ତ ଚାଳନାରେ ମଧ୍ୟ ସୁଧାର ଆସିଥାଏ । ହୃଦୟ ସୁସ୍ଥ ରହିବା କାରଣରୁ ହାର୍ଟ ଆଟାକ ହେବା ଆଶଙ୍କା ବି ଅନେକ ଗୁଣା କମିଯାଏ ।

bycle day

 

ପାଦର ହୁଏ ଏକ୍ସରସାଇଜ:

ଚଲେଇବା ଦ୍ୱାରା ପାଦର ଭଲ ବ୍ୟାୟାମ ହୋଇଥାଏ । ମାଂସପେଶୀ ମଜବୁତ ହେବା ସହ ହାଡ଼ ଶକ୍ତ ହୁଏ । ତେଣୁ ଶାରୀରିକ ବିକାଶ ପାଇଁ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ଅଭ୍ୟାସ କରିବା ଉଚିତ ।

ଓଜନ କମ କରିବା ସହ ଇମ୍ୟୁନିଟି ଷ୍ଟ୍ରଙ୍ଗ କରେ:

ଆଜିକା ସମୟରେ ଲୋକେ ମେଦ ବହୁଳତାକୁ ନେଇ ଚିନ୍ତିତ ରହୁଛନ୍ତି । ମାତ୍ରାଧିକ ଓଜନ ବୃଦ୍ଧି ହେତୁ କମ ବୟସରୁ ଅନେକ ଲୋକ ରୋଗର ଶିକାର ହେଉଥିବା ଦେଖାଦେଉଛି । କିନ୍ତୁ ଏହାକୁ ଏକ ଅଭ୍ୟାସରେ ପରିଣତ କଲେ ଓଜନ ନିୟନ୍ତ୍ରଣରେ ରହିଥାଏ ।

digestive new

ପାଚନ କ୍ରିୟାକୁ ସୁସ୍ଥ ରଖେ:

ଦେଖାଦେଉଛିଯେ ଅଫିସରେ ହେଉ ଅବା ଘରେ ଭୋକ ଲାଗିଲେ ଲୋକେ ସ୍ନାକ୍ସ ଖାଇବାକୁ ବେଶୀ ପସନ୍ଦ କରୁଛନ୍ତି । ଆଉ ଏମିତି କରିବା ଦ୍ୱାରା ପାଚନ କ୍ରିୟାରେ ଅଧିକ ପ୍ରଭାବ ପଡିଥାଏ । ଓଜନ ମଧ୍ୟ ବଢିଥାଏ । କିନ୍ତୁ ସାଇକେଲ ଚଳାଇଲେ ଏସବୁର ଭୟ ରହେନାହିଁ । ପାଚନ କ୍ରିୟା ଅଧିକ କ୍ରିୟାଶୀଳ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.