Below header

ପ୍ରକାଶ ପାଇଲା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାଫଳ, ସୁଦେବ କୁମାର ପୃଷ୍ଟି ଟପ୍ପର

ପ୍ରକାଶ ପାଇଲା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ବା OAS ପରୀକ୍ଷାଫଳ । ମୋଟ୍‌ ୪୩୨ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୧୬୪ ଜଣ ମହିଳା । ଶୀର୍ଷ ସ୍ଥାନ ଅଧିକାରୀ କରିଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଟାଙ୍ଗରପଡ଼ା ଗାଁର ସୁଦେବ କୁମାର ପୃଷ୍ଟି ।

ଏବେ ସେ ଭାରତୀୟ ନୌସେନାରେ ତେଜପୁରରେ କାର୍ଯ୍ୟରତ ଅଛନ୍ତି । ଦ୍ୱିତୀୟ ସ୍ଥାନରେ ଅଛନ୍ତି କନ୍ଧମାଳ ଜିଲ୍ଲା ଟିକାବାଲିର ସୁଚିସ୍ମିତା ପାଣିଗ୍ରାହୀ । ତୃତୀୟ ସ୍ଥାନରେ ପ୍ରଣବ ରଞ୍ଜନ ସାହୁ ଅଛନ୍ତି । ପ୍ରଥମ ପାଞ୍ଚ ଜଣଙ୍କ ଭିତରେ ଅଛନ୍ତି ୩ ଜଣ ଝିଅ । ଟପ୍‌ ଟେନରେ ୫ ଜଣ ଝିଅ ଅଛନ୍ତି ।

ଓଡ଼ିଶା ସିଭିଲ୍‌ ସର୍ଭିସ ପରୀକ୍ଷା ୨୦୨୧ ଫଳ ପ୍ରକାଶ ଉପରେ ରହିଥିବା ଅଙ୍କୁଶ ହାଇକୋର୍ଟ ହଟାଇବା ପରେ ରେଜଲ୍ଟ ପ୍ରକାଶ ପାଇଛି । ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୦୧ ପାଇଁ ଚଳିତ ବର୍ଷ ଫେବୃଆରୀ ୨୧ରୁ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ପରୀକ୍ଷା ହୋଇଥିଲା । ପରେ ଜୁଲାଇ ୧୫ରୁ ୨୫ ପଯ୍ୟନ୍ତ ପର୍ସନାଲିଟି ଟେଷ୍ଟ ହୋଇଥିଲା ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.