୨୫ ବର୍ଷ ତଳର ମାମଲାରେ ସଜା, ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସହ ମୋଟ୍‌ ୧୩ ଜଣଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ

୨୫ ବର୍ଷ ତଳର ମାମଲାରେ ସଜା । ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ । ମୋଟ୍‌ ୧୩ ଜଣଙ୍କୁ ଆଜୀବନ ସଜା ହୋଇଛି ।

୨୫ ବର୍ଷ ତଳର ମାମଲାରେ ସଜା । ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ । ମୋଟ୍‌ ୧୩ ଜଣଙ୍କୁ ଆଜୀବନ ସଜା ହୋଇଛି । ୧୯୯୮ ଜୁନ୍‌ ୧୮ ତାରିଖରେ ଗୋପାଳପୁରରେ ଟାଟା ଜମି ଅଧିଗ୍ରହଣ ବେଳେ ପୋଲିସ-ଜନତା ସଂଘର୍ଷ ବେଳେ ବୋମାମାଡ଼ ହୋଇଥିଲା ।

ଏଥିରେ ରିଜର୍ଭ ଇନିସପେକ୍ଟର ବିନୟ ମେହେରଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ନାରାୟଣ ରେଡ୍ଡୀଙ୍କ ସମେତ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା । ୨୫ ବର୍ଷର ଦୀର୍ଘକାଳୀନ ମାମଲାରେ ୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ୨୫ ବର୍ଷ ପରେ ଦଣ୍ଡାଦେଶ ହୋଇଛି । ନାରାୟଣ ରେଡ୍ଡୀ କହିଛନ୍ତି, ରାୟ ବିରୋଧରେ ଉପରକୋର୍ଟକୁ ଯିବେ । .

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.