ଅଗଷ୍ଟରେ ପ୍ରବଳ ବର୍ଷା ! ଓଡ଼ିଶା ପାଇଁ ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ

ଓଡ଼ିଶା ପାଇଁ ପ୍ରବଳ ବର୍ଷା ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଆସନ୍ତା ୪-୫ ଦିନ ପୂର୍ବ, ଉତ୍ତର ପୂର୍ବ ଓ ମଧ୍ୟ ଭାରତରେ ପ୍ରବଳରୁ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା କିହିଛି ପାଣିପାଗ ବିଭାଗ ।

ଓଡ଼ିଶା ପାଇଁ ପ୍ରବଳ ବର୍ଷା ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଆସନ୍ତା ୪-୫ ଦିନ ପୂର୍ବ, ଉତ୍ତର ପୂର୍ବ ଓ ମଧ୍ୟ ଭାରତରେ ପ୍ରବଳରୁ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା କିହିଛି ପାଣିପାଗ ବିଭାଗ । ଏବଂ ଅଗଷ୍ଟ ୨-୩ ତାରିଖ ଆଡ଼କୁ ଉତ୍ତର-ପଶ୍ଚିମ ଭାରତରେ ମଧ୍ୟ ବର୍ଷାର ପରିମାଣ ବୃଦ୍ଧି ଘଟିବ ।

ତେବେ ପୂର୍ବ ଭାରତରେ ଅତ୍ୟଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଜାରି କରିଛି । ପୂର୍ବତ୍ତୋର ରାଜ୍ୟ ଗୁଡ଼ିକ ବିଶେଷ କରି ଜୁଲାଇ ୩୧ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଓଡିଶା, ବିହାର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଉପରେ ଏକାଧିକ ସ୍ଥାନରେ ପ୍ରବଳ ବୃଷ୍ଟିପାତ ସହିତ କିଛି ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହେବ ବୋଲି କହିଛି ଆଇଏମଡି।

ଲଘୁଚାପ ପ୍ରଭାବରେ ଲଗାଣ ବର୍ଷାରେ ଓଡ଼ିଶାରେ ଜାରି ରହିଛି ବର୍ଷା । ଏବେ ଉତ୍ତର ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି । ଆସନ୍ତା ୧୨ ଘଣ୍ଟାରେ ଅଧିକ ଘନୀଭୂତ ହେବ । ଅବପାତରେ ପରିଣତ ହେବ ୱେଲ ମାର୍କଡ ଲୋ ପ୍ରେସର । ଫଳରେ ବଢ଼ିବ ବର୍ଷା ପରିମାଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.