ଆକାଶରୁ ଖସିଲା ମୃତ୍ୟୁ, ବିଭିନ୍ନ ସ୍ଥାନରେ ବଜ୍ରପାତରେ ୯ ଜଣଙ୍କର ମୃତ୍ୟୁ

ଆକାଶରୁ ଖସିଲା ମୃତ୍ୟୁ । ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ । ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଛି ।

ଆକାଶରୁ ଖସିଲା ମୃତ୍ୟୁ । ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ । ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ମଝି ଚିଲିକାରେ ବଜ୍ରପାତରେ ବାପା-ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ପିପିଲି ଅଞ୍ଚଳରେ ଜଣେ ମହିଳାଙ୍କ ଜୀବନ ଯାଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର, ବାଙ୍କୀ ପଦନପୁର ଗାଁରେ ଜଣେ ଲେଖାଏ ଚାଷୀ ପ୍ରାଣ ହରାଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ବଜ୍ରାଘାତରେ ଜଣେ ନାବାଳିକା, ବାଲେଶ୍ୱର ନୀଳଗିରିରେ ଜଣେ ମହିଳା, ସିମୁଳିଆରେ ଜଣେ ଚାଷୀ ଓ ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ତଳକାଁପଡ଼ାର ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି ।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କିସମତ କୃଷ୍ଣପୁର ଗାଁ ଯୁବକ ଲିଟୁ ମଳୀକ ଓ ସାଵରଙ୍ଗ ତୋରଣ ପଦା ଗ୍ରାମର ମଞ୍ଜୁଲତା ନାୟକ ଏବଂ ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ରାନ୍ଦିଆ ଗ୍ରାମରେ ରାଉଳ ସାହି ଗ୍ରାମରେ ସସ୍ମିତା ରାଉଳଙ୍କୁ ମାରିଲା ଵିଜୁଳୀ । ଗୁରୁତର ଭାବେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି  ।

ସେହିପରି ନୀଳଗିରିରେ ବଜ୍ରପାତରେ ମୃତ ମହିଳା ଜଣଙ୍କ ହେଲେ ଯମୁନା ମଲ୍ଲିକ । ବିଲରେ ଧାନ ରୋଉଥିବା ବେଳେ ବଜ୍ରାଘାତରେ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ନୀଳଗିରି ଥାନା ଅଧିନ ଧୋବଶିଳା ଗ୍ରାମର କୈଳାଶ ମଲ୍ଲିକଙ୍କ ସ୍ତ୍ରୀ । ତିହିଡି ଥାନା ତଳ କାଁ ପଡା ଗ୍ରାମର ଜେମା ମଣି ମଳିକ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.