Below header

ଆସନ୍ତାକାଲି ସମ୍ବଲପୁରରେ ପାଳନ ହେବ ସମ୍ବଲପୁରୀ ଦିନ, ନାଚଗୀତରେ ଝୁମିବେ ବିଭିନ୍ନ ସଂଗଠନ

ଆସନ୍ତାକାଲି (ଅଗଷ୍ଟ ୧ରେ ) ସମ୍ବଲପୁରରେ ପାଳନ ହେବ ସମ୍ବଲପୁରୀ ଦିନ l ସମ୍ବଲପୁରୀ ଭାଷାର ପ୍ରତିଷ୍ଠାତା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିନ ପାଳିବେ ପଶ୍ଚିମ ଓଡ଼ିଶାବାସୀ l

ସମ୍ବଲପୁର :  ଆସନ୍ତାକାଲି (ଅଗଷ୍ଟ ୧ରେ ) ସମ୍ବଲପୁରରେ ପାଳନ ହେବ ସମ୍ବଲପୁରୀ ଦିନ l ସମ୍ବଲପୁରୀ ଭାଷାର ପ୍ରତିଷ୍ଠାତା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିନ ପାଳିବେ ପଶ୍ଚିମ ଓଡ଼ିଶାବାସୀ l ନିଜ ଭାଷା ସଂସ୍କୃତି କଳାକୁ ଲୋକ ଲୋଚନକୁ ଆଣିବା ପାଇଁ ସମ୍ବଲପୁରୀ ପିନ୍ଧିବେ, ସମ୍ବଲପୁରୀ ଖାଇବେ , ସମ୍ବଲପୁରୀ ନାଚଗୀତରେ ଝୁମିବେ ବିଭିନ୍ନ ସଂଗଠନ । ଏନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି l

ନାତ ଗୀତ ପାଇଁ ପ୍ରସ୍ତୁତ ହେଲେଣି ପୁରା ସହର । ମଙ୍ଗଳବାର ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହେବ ସମ୍ବଲପୁରୀ ଦିନ । ଅଗଷ୍ଟ ୧ ତାରିଖରେ ସମ୍ବଲପୁରୀ ସାହିତ୍ୟ ତଥା ଭାଷାର ସ୍ରଷ୍ଠା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ । ଯାହାକୁ ସମ୍ବଲପୁରୀ ଦିନ୍‌ ଭାବରେ ପାଳିବେ ସମ୍ବଲପୁର ବାସୀ ।

ସମ୍ବଲପୁରୀ ପିନ୍ଧିବେ, ସମ୍ବଲପୁରୀ ଖାଇବେ , ସମ୍ବଲପୁରୀ ନାଚଗୀତରେ ଝୁମିବେ ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁର କଚେରୀ ରୋଡ଼, ଗଙ୍ଗାଧର ମଣ୍ଡପ ଓ ହୀରାକୁଦ ରେ ଚଳିତ ବର୍ଷ ଆୟୋଜିତ ହେବାକୁ ଯାଉଛି ଏହି ସମ୍ବଲପୁରୀ ଦିନ୍‌ l ବରିଷ୍ଠ କଳାକାର ଠାରୁ ଆରମ୍ଭ କରି କନିଷ୍ଠ କଳାକାର କରିଛନ୍ତି ଜୋରଦାର ପ୍ରସ୍ତୁତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.