Below header

ଭୋଗରେ ନିଶା ଦେଇ ବୃଦ୍ଧ ସିକ୍ୟୁରିଟି ଗାର୍ଡଙ୍କ ଠାରୁ ଲୁଟ୍‌, ଆକାଉଣ୍ଟରୁ ନେଇଗଲେ ୪୦ ହଜାର ଟଙ୍କା

ଭୋଗରେ ନିଶା ଦେଇ ବୃଦ୍ଧ ସିକ୍ୟୁରିଟି ଗାର୍ଡଙ୍କ ଠାରୁ ଲୁଟ୍‌ । ୪୦ ମିନିଟରେ ଆକାଉଣ୍ଟରୁ ନେଇଗଲେ ୪୦ ହଜାର ଟଙ୍କା । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରୁ ।

ଭୁବନେଶ୍ୱର : ଭୋଗରେ ନିଶା ଦେଇ ବୃଦ୍ଧ ସିକ୍ୟୁରିଟି ଗାର୍ଡଙ୍କ ଠାରୁ ଲୁଟ୍‌ । ୪୦ ମିନିଟରେ ଆକାଉଣ୍ଟରୁ ନେଇଗଲେ ୪୦ ହଜାର ଟଙ୍କା । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରୁ । ସୂଚନା ଅନୁସାରେ ଅଭିଯୋଗକାରୀ ବରମୁଣ୍ଡା ଅଞ୍ଚଳରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି ।

ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ଆସି ତାରିଣୀ ଭୋଗ କହି ତାଙ୍କୁ ଲଡୁ ଖାଇବାକୁ ଦେଇଥିଲେ । ଲଡୁ ଖାଇବା ପରେ ସେ ଅଚେତ ହୋଇପଡ଼ିଥିଲେ । ପରେ ମୋବାଇଲ, ପର୍ସ ସମେତ ATMରୁ ଟଙ୍କା ଉଠାଇ ଥିବା ଜଣାପଡିଛି । ଏ ନେଇ ଥାନାରେ ଅଭିଯୋଗ ହୋଇଛି । ଏ ନେଇ ଅଭିଯୋଗକାରୀ ସିକ୍ୟୁରିଟି ଗାର୍ଡଙ୍କ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ୱର ରିପୋର୍ଟର ସ୍ନିଗ୍ଧ ଚନ୍ଦନ ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.