Below header

ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନରେ ନୂଆ ପାସେଞ୍ଜର ଟ୍ରେନ ଚଳାଇବାକୁ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର : ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନରେ ନୂଆ ରେଳ ପାଇଁ ଚିଠି ଲେଖଛନ୍ତି। ଏହି ରୁଟରେ ନୂଆ ପାସେଞ୍ଜର ଟ୍ରେନ ଚଳାଇବାକୁ ସେ ଦାବି କରିଛନ୍ତି। ବଲାଙ୍ଗୀରୁ ଭଇଁଷାପାଲି ସେକ୍ସନ ନିର୍ମାଣ ସଂପୂର୍ଣ୍ଣ ହୋଇଛି। ରେଲ ନିରାପତ୍ତା ନେଇ କମିସନରଙ୍କ ନୀରିକ୍ଷଣ ମଧ୍ୟ ଶେଷ ହୋଇଛି। ଫଳରେ ପଶ୍ଚିମ ଓଡ଼ିଶାବାସୀଙ୍କ ସୁବିଧା ପାଇଁ ଖୁବ ଶୀଘ୍ର ଏହି ଲାଇନରେ ରେଳ ପାଇଁ ସେ ଅନୁରୋଧ କରିଛନ୍ତି। ସେହିପରି ହାଓଡ଼ା ଓ ବିଶାଖାପାଟଣା ସହ ସିଧାସଳଖ ଯୋଗାଯୋଗ ପାଇଁ ନୟାଗଡ଼ ଟାଉନ ସହ ରେଳ ଚଳାଚଳକୁ ତ୍ୱରିତ କରିବାକୁ ସେ ପତ୍ରରେ ଦାବୀ କରିଛନ୍ତି। ଏହା ସହ କୋଲକାତାରୁ ଭୁବନେଶ୍ୱର ଆସୁଥିବା ରେଳକୁ ନୟାଗଡ଼ ପର‌୍ୟ୍ୟନ୍ତ ସଂପ୍ରସାରଣ କରିବାକୁ ସେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.