ପ୍ରସିଦ୍ଧ କୁମ୍ଭମେଳାରେ ଯୋଗ ଦେବେ ଓ଼ଡିଶାର ୪୦୦ରୁ ଅଧିକ କୀର୍ତ୍ତନ ମଣ୍ଡଳୀ

ଭୁବନେଶ୍ବର : ପ୍ରସିଦ୍ଧ କୁମ୍ଭମେଳାରେ ଯୋଗ ଦେବେ ଓ଼ଡିଶାର ୪୦୦ରୁ ଅଧିକ କୀର୍ତ୍ତନ ମଣ୍ଡଳୀ । ଏମାନଙ୍କ ସହ ସାମିଲ ହେବେ ଅନେକ ଶ୍ରଦ୍ଧାଳୁ। କ୍ରିୟାଯୋଗ ଆଶ୍ରମ ଅଧ୍ୟକ୍ଷ ସ୍ୱାମୀ ଶଙ୍କରାନନ୍ଦ ଗିରିଙ୍କ ଅଧ୍ୟକ୍ଷତାରେ ଏମାନେ ଆଲ୍ଲାହାବାଦର କୁମ୍ଭ ମେଳାରେ ଯୋଗ ଦେଉଛନ୍ତି। ଆଜି ଲୋୟର ପିଏମଜି ଠାରୁ ଶ୍ରଦ୍ଧାଳୁମାନେ ଯାତ୍ରା ଆରମ୍ଭ କରିଛନ୍ତି। ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଏହି ଯାତ୍ରାର ଉଦଘାଟନ କରିଛନ୍ତି। ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ପୁରୀରୁ ଆସିଥିବା ଜଗନ୍ନାଥଙ୍କ ଆଞ୍ଜାମାଳ ପ୍ରଦାନ କରି ଯାତ୍ରାର ଶୁଭାରମ୍ଭ କରିଥିଲେ । ପାଞ୍ଚଦିନ ପରେ ଏମାନେ କୁମ୍ଭମେଳାରେ ପହଞ୍ଚିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.