Below header

ଦିଦିଙ୍କ ବ୍ୟାଡମିଣ୍ଟନ୍ ମମତା, ଭାଇରାଲ୍ ହେଉଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଖେଳୁଥିବା ଭିଡିଓ

ରାଜନୀତି ମୈଦାନରେ ଅନେକ ବଡ଼ ବଡ଼ ରଥୀ ମହାରଥୀଙ୍କ ମାତ୍ ଦେଇଛନ୍ତି ମମତା । କୌଣସି ବି ପ୍ରତିଦ୍ବନ୍ଦ୍ବୀ ତିଷ୍ଠି ପାରିନାହାଁନ୍ତି ଦିଦିଙ୍କ ସାମ୍ନାରେ । ହେଲେ କେବଳ ରାଜନୀତିର ପଶାପାଲିରେ ନୁହେଁ ଖେଳର ମୈଦାନରେ ମଧ୍ୟ କାହାଠୁ କମ୍ ନୁହଁନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଆଜ୍ଞା ହଁ, ମମତାଙ୍କ ବାନାର୍ଜୀଙ୍କ ବ୍ୟାଡମିଣ୍ଟନ ଖେଳ ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ନିଜ ଟୁଇଟର୍ ଆକାଉଂଟରୁ ଏକ ଭିଡିଓ ସେୟାର୍ କରିଛନ୍ତି ମମତା ବାନାର୍ଜୀ । ଯେଉଁଥିରେ ବ୍ୟାଡମିଣ୍ଟନ ଖେଳୁଥିବାର ନଜର ଆସୁଛନ୍ତି । ଏହା ସହ ଏହି ଭିଡିଓ ତଳେ ଲେଖିଛନ୍ତି ଆମେ ଖେଳିବାକୁ ଭଲ ପାଉ ।

ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ମମତା ବାନର୍ଜୀ ନିଜ ଅନନ୍ୟ ପ୍ରତିଭା ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି । ଏହା ପୂର୍ବରୁ ମମତାଙ୍କ ଦ୍ବାରା ଲିଖିତ ଏକ କବିତା ପଶ୍ଚିମବଙ୍ଗର ସ୍କୁଲ୍ ସିଲାବସରେ ସ୍ଥାନ ପାଇଛି । ଏହା ସହ ପେଣ୍ଟିଙ୍ଗ୍ ରାଷ୍ଟପତି ଭବନରେ ଶୋଭା ପାଉଛି ମମତା ହାତ ତିଆରି ଏକ ପେଣ୍ଟିଙ୍ଗ୍ । ୭ ଟି ଗୀତ ଥିବା ଏକ ପୂଜା ଆଲବମ୍ ମଧ୍ୟ କମ୍ପୋଜ୍ କରିଛନ୍ତି ମମତା ବାନାର୍ଜୀ । ଏହା ବାଦ୍ ଆହୁରୀ ଅନେକ ପ୍ରତିଭାର ଅଧିକାରିଣୀ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.