Below header

ସିଭିଲ ସର୍ଭିସରେ ବାଜି ମାରିଲେ ଓଡ଼ିଆ ଝିଅ, ୬୦ତମ ସ୍ଥାନରେ ଜଗତସିଂହପୁର ଅନ୍ୟା ଦାସ

୧୧୯ତମ ର‍୍ୟାଙ୍କରେ ଉପାସନା ମହାପାତ୍ର, ୧୧୮ ତମ ସ୍ଥାନରେ ସୌମ୍ୟରଂଜନ ରାଉତ ଓ ନୱଲ କିଶୋର ଜୈନଙ୍କ ର‍୍ୟାଙ୍କ ୩୫୦

ୟୁପିଏସସି ପରୀକ୍ଷାରେ ବାଜି ମାରିଲେ ଓଡ଼ିଶା ଝିଅ । ୬୦ତମ ସ୍ଥାନରେ ଅଛନ୍ତି ଜଗତସିଂହପୁରର ଅନ୍ୟା ଦାସ । ସେହିପରି ଉପାସନା ମହାପାତ୍ର ୧୧୯ତମ ର‍୍ୟାଙ୍କ ହାସଲ କରିଛନ୍ତି । ୩୫୦ ର‍୍ୟାଙ୍କରେ ଅଛନ୍ତି କଣ୍ଟାବାଞ୍ଜିର ନୱଲ କିଶୋର ଜୈନ । ଏମାନଙ୍କ ବ୍ୟତୀତ ଆଉ କିଛି ଓଡ଼ିଆ ପରୀକ୍ଷାର୍ଥୀ ମଧ୍ୟ କୃତକାର‌୍ୟ୍ୟ ହୋଇଛନ୍ତି ।

ଇଣ୍ଡିଆନ ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଆଙ୍କ କୃତିତ୍ୱ । ସର୍ବଭାରତୀୟ ସ୍ତରରେ ୬୦ ତମ ସ୍ଥାନରେ ଅଛନ୍ତି ଜଗତସିଂହପୁର ତୋଟପଡ଼ାର ଅନ୍ୟା ଦାସ । ପୂର୍ବରୁ ଆଇ.ଆର.ପି.ଏସ୍ ପରୀକ୍ଷାରେ ସଫଳତା ପରେ ରେଲେଓ୍ଵରେ କାର‌୍ୟ୍ୟରତ ଅଛନ୍ତି ଅନ୍ୟା । ଆଉ ଏବେ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ସେ କୃତିତ୍ୱ ହାସଲ କରିଥିବାରୁ ପରିବାରରେ ଖୁସିର ଲହରୀ ଖେଳିଯାଇଛି।
ଇଣ୍ଡିଆନ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର‌୍ୟ୍ୟ ହୋଇଛନ୍ତି ଭୁବନେଶ୍ୱରର ଉପାସନା ମହାପାତ୍ର। ତାଙ୍କର ର‍୍ୟାଙ୍କ ରହିଛି ୧୧୯। ବରିଷ୍ଠ ସାମ୍ବାଦିକ ଅଶୋକ ମହାପାତ୍ର ଓ ସଂଯୁକ୍ତା ମହାପାତ୍ରଙ୍କ ଝିଅ ଉପାସନା ଜଣେ ମେଧାବୀ ଛାତ୍ରୀ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସରେ ଫିଜିକ୍ସରେ ସ୍ନାତକ ଶିକ୍ଷା ଶେଷ ପରେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ଚଳାଇଥିଲେ ଉପାସନା। ତାଙ୍କ ସଫଳତାରେ ଏବେ ପରିବାରରେ ଖୁସିର ଲହରୀ।

ଇଣ୍ଡିଆନ ସିଭିଲ ସର୍ଭିସ ପରୀକ୍ଷାରେ କଣ୍ଟାବାଞ୍ଝି ନୱଲ କିଶୋର ଜୈନଙ୍କ ସଫଳତା। ୩୫୦ ତମ ର‍୍ୟାଙ୍କ ହାସଲ କରିଛନ୍ତି ନୱଲ । ମେଧାବୀ ନୱଲ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ପାସ ପରେ ଦିଲ୍ଲୀରେ ସିଭିଲ ସର୍ଭିସ ପାଇଁ କୋଚିଂ ନେଉଥିଲେ। ଆଉ ପ୍ରଥମ ଚେଷ୍ଟାରେ ହିଁ ସଫଳତା ପାଇଛନ୍ତି । ତାଙ୍କ ସଫଳତାରେ ପରିବାର ଓ ସଂପର୍କୀୟ ବେଶ ଖୁସ ।

କେନ୍ଦ୍ରୀୟ ଲୋକସଭା ଆୟୋଗ ପରିଚାଳିତ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଆଇଆଇଟିରୁ ବି.ଟେକ କରିଥିବା କନିଷ୍କ କଟରିଆ ଟପ୍ପର ହୋଇଛନ୍ତି । ସେହିପରି ମହିଳାଙ୍କ ମଧ୍ୟରେ ସୃଷ୍ଟି ଜୟନ୍ତ ଦେଶମୁଖ ଟପ୍ କରିଛନ୍ତି । ଓଭର ଅଲ ର‍୍ୟାଙ୍କରେ ସେ ପଞ୍ଚମ ସ୍ଥାନରେ ଅଛନ୍ତି । ଏଥର ମୋଟ ୭୫୯ ପ୍ରାର୍ଥୀ କୃତକାର‌୍ୟ୍ୟ ହୋଇଥିବା ବେଳେ ସେଥିମଧ୍ୟରୁ ୫୭୭ ପୁରୁଷ ଓ ୧୮୨ ମହିଳା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.