ସହରାଞ୍ଚଳର ପ୍ରାର୍ଥୀ ସିନା କିନ୍ତୁ ଫେସବୁକ୍ ଓ ଟ୍ଵିଟରରେ ନାହାନ୍ତି ଅରୂପ ପଟ୍ଟନାୟକ, ପିନାକୀ ମିଶ୍ର

ନିର୍ବାଚନ ପାଇଁ ସୋସିଆଲ ମିଡିଆରେ ସବୁ ରାଜନୈତିକ ଦଳ ଆକ୍ଟିଭ। ଜୋରସୋର ଚଳାଇଛନ୍ତି ପ୍ରଚାର। ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ସୋସିଆଲ ମିଡିଆକୁ ଅସ୍ତ୍ର କରିଛନ୍ତି ନେତା। ହେଲେ ଭୁବନେଶ୍ୱର, କଟକ, ପୁରୀ ପରି ସହରାଞ୍ଚଳ ଭିତ୍ତିକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବିଜେଡିର ତିନି ହେଭିୱେଟ ସୋସିଆଲ ମିଡିଆରେ ପ୍ରଚାରରୁ ଦୂରରେ ।
ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୁପ ପଟ୍ଟନାୟଙ୍କର ନା ଫେସବୁକରେ ଅଛି ଆକାଉଣ୍ଟ ନା ଅଛି ଟ୍ଵିଟର ହାଣ୍ଡଲର। ସୋସିଆଲ୍ ମିଡିଆ ବ୍ୟବହାରରୁ ଦୂରରେ ଅଛନ୍ତି ଅରୁପ।
ସେହିପରି ପୁରୀ ଲୋକସଭା ଆସନରୁ ଲଢୁଥିବା ସାଂସଦ ପିନାକୀ ମିଶ୍ରଙ୍କ ସୋସିଆଲ ମିଡିଆରେ ଆକାଉଣ୍ଟ ନାହିଁ । ପୁରୀରୁ ୩ ଥର ସାଂସଦ ହୋଇଥିବା ପିନାକୀ ସୋସିଆଲ୍ ମିଡିଆ କ୍ୟାମ୍ପେନଠାରୁ ଦୂରରେ ରହିଛନ୍ତି। ସେହିପରି କଟକ ଲୋକସଭା ଆସନରୁ ୫ ଥର ସାଂସଦ ହୋଇଥିବା ଭର୍ତ୍ତୃହରି ମହତାବଙ୍କର ସୋସିଆଲ ମିଡିଆରେ ଆକାଉଣ୍ଟ ଥିଲେ ମଧ୍ୟ ଏଥିରେ ସେ ସକ୍ରିୟ ନୁହନ୍ତି।