ସ୍ବାସ୍ଥ୍ୟର ଧ୍ୟାନ ରଖି ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଆଳୁ-କଦଳୀ ପକୁଡି

ଚଇତ୍ର ନବରାତ୍ରୀରେ ଲୋକମାନେ ଯେଉଁ ଜିନିଷର ସବୁଠାରୁ ଅଧିକ ସେବନ କରନ୍ତି ତାହା ହେଉଛି ଆଳୁ। ଏହାକୁ ବିଭିନ୍ନ ପ୍ରକାରର ପ୍ରସ୍ତୁତ କରି ସେବନ କରାଯାଇପାରିବ। କିଏ ଆଳୁକୁ ତରକାରୀ ତ କିଏ ତାହାକୁ ଚକଟି ଖାଇଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଆଳୁର ଏକ ଖାସ ରେସିପି କହିବାକୁ ଯାଉଛୁ। ତାହା ହେଉଛି ଆଳୁ-କଦଳୀ ପକୁଡି।

ଆବଶ୍ୟକ ସାମଗ୍ରୀ :

-ସିଝା ଆଳୁ ଏବଂ ସିଝା କଞ୍ଚା କଦଳୀ
-ବେସନ
-ଲଙ୍କା ଲଙ୍କା ଏବଂ ଧନୀଆ
– ବାଦାମ ଏବଂ ପିସ୍ତା
-ତେଲ
-ଲୁଣ

pakoda

ପ୍ରସ୍ତୁତି ପ୍ରଣାଳୀ :

ସର୍ବ ପ୍ରଥମେ ଆଳୁ ଏବଂ କଦଳୀ ସିଝାକୁ ଚକଟିବା ସହ ସେଥିରେ ବେସନ ମିଶାନ୍ତୁ। ଏହି ସବୁକୁ ସଠିକ ଭାବେ ମିଶ୍ରଣ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏଥିରେ ସ୍ବାଦ ଅନୁଯାଇ ଲୁଣ ପକାନ୍ତୁ। ଏହାପରେ କଞ୍ଚା ଲଙ୍କା ଏବଂ ଧନିଆକୁ ଛୋଟଛୋଟ ଖଣ୍ଡ ପକାନ୍ତୁ। ଏହି ସମସ୍ତ ପ୍ରଦାର୍ଥକୁ ମିଶାଇ ଦିଅନ୍ତୁ।
ଏବେ ଏକ କଡ଼େଇ ତେଲ ଗରମ କରନ୍ତୁ। ଏବେ ପ୍ରସ୍ତୁତ ମିଶ୍ରଣକୁ ଛୋଟ ଛୋଟ ଗୋଲ କରି ତେଲରେ ଛାଣନ୍ତୁ। ଏହା ହାଲୁକା ନାଲି ହେଉଥିବା ବେଳେ ତାହାକୁ ବାହାର କରିଦିଅନ୍ତୁ। ଏବେ ଏହାକୁ ଚଟଣି ସହ ଖାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.