ଶ୍ୱଶୁର ବୋହୂ ଏକା ସାଙ୍ଗରେ ଦେଲେ ବୋର୍ଡ ପରୀକ୍ଷା

କୁହାଯାଏ ପାଠ ପଢିବା ପାଇଁ କୌଣସି ବୟସ ସୀମା ନଥାଏ । ଯାହା ବାସ୍ତବିକତାରେ ପରିଣତ ହୋଇଛି ରାଜସ୍ଥାନ ଚୁରୁ ଜିଲ୍ଲାର ରତନଗଡ଼ରେ । ଯେଉଁଠି ବୟସ୍କ ଶ୍ୱଶୁର ତାଙ୍କ ବୋହୂ ସହିତ ଏକା ସାଙ୍ଗରେ ବୋର୍ଡ ପରୀକ୍ଷା ଦେଇଛନ୍ତି । ତାହା ପୁଣି ଗୋଟିଏ ସେଣ୍ଟରରେ । ରତନଗଡ଼ର ୱାର୍ଡ ନଂ-୧୦ରେ ରୁହନ୍ତି ୬୪ ବର୍ଷୀୟ ସୀତାରାମ ଜାଙ୍ଗିଡ ଓ ତାଙ୍କ ବୋହୂ କିବତା ଜାଙ୍ଗିଡ । ସୀତାରାମ ଦୀର୍ଘ ୪୦ ବର୍ଷ ହେବ ପଢ଼ା ଛାଡିବା ପରେ ମନରେ ଗୋଟିଏ ସ୍ବପ୍ନ ରଖିଥିଲେ ମାଟ୍ରିକ ପାସ୍‌ କରିବା ପାଇଁ । ଆଉ ସେଥିପାଇଁ ଦୁଇ ବର୍ଷ ତଳେ ସୀତାରାମ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲପ କରିଥିଲେ । ସେହି ସମୟରେ ତାଙ୍କୁ ଅନେକ ଲୋକ ତାତ୍ସଲ୍ୟ କରିଥିଲେ । ଚିଡ଼ାଇବା ପାଇଁ କହିଥିଲେ ବୁଢ଼ା ବେଳେ ଡିଗ୍ରୀର ହାସଲ କରି କଣ କରିବ। ହେଲେ ସୀତାରାମ ବିଚଳିତ ହୋଇନଥିଲେ । ନିଜ ଜିଦ୍‌ରେ ଅଟଳ ରହି ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ଏହା ପରେ ଯୁକ୍ତ ଦୁଇରେ ଆଡମିଶନ ନେଇଛନ୍ତି ।

father_in _law _getting_exam_with daughter_in_lawସେହିଭଳି ତାଙ୍କ ବୋହୂ ମଧ୍ୟ ୮ ବର୍ଷ ତଳେ ମେଟ୍ରିକ ଫେଲ ହୋଇ ପାଠ ଛାଡିଥିଲେ । ପରେ ସୀତାରାମଙ୍କ ପୁଅ ସନ୍ଦୀପ ସହ ତାଙ୍କର ବିବାହ ହୋଇ ଯାଇଥିଲା । ହେଲେ ଶ୍ୱଶୁରଙ୍କ ପାଠ ପଢ଼ାରେ ଉତ୍ସାହ ଦେଖି ବୋହୂ ବି ପ୍ରସ୍ତୁତ ହେଲେ ମାଟ୍ରିକ ପରୀକ୍ଷା ଦେବାକୁ । ଫର୍ମ ପୂରଣ କଲେ । ସୌଭାଗ୍ୟକୁ ଉଭୟଙ୍କର ସେଣ୍ଟର ଗୋଟିଏ ସ୍କୁଲରେ ପଡିଥିଲା । ବୋହୂ ହିନ୍ଦୀ ବିଷୟ ଓ ଶ୍ୱଶୁର ଭୂଗୋଳ ବିଷୟରେ ପରୀକ୍ଷା ଦେଇଥିଲେ । ଯେହେତୁ ସେହି ସେଣ୍ଟରରେ ସବୁଠାରୁ ବୟସ୍କ ଭାବେ ସୀତାରମ ଓ ତାଙ୍କ ବୋହୂ ପରୀକ୍ଷା ଦେଉଥିଲେ,ସେଥିପାଇଁ ସେମାନଙ୍କ ଉତ୍ସାହକୁ ସମସ୍ତେ ପ୍ରଶଂସା କରିଥିଲେ ।

father in law exam

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.