ସୂର୍ଯ୍ୟପରାଗ ପାଇଁ ଆସନ୍ତା ୨୬ରେ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: ଚଳିତ ବର୍ଷ ଶେଷ ଆଡ଼କୁ ଅର୍ଥାତ୍‌ ଡିସେମ୍ବର ୨୬ ତାରିଖ ଗୁରୁବାର ଦିନ ସୂର୍ଯ୍ୟୋପରାଗ । ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ ଏହା ବଳୟାକୃତି ସୂର୍ଯ୍ୟୋପରାଗ । ଗୁରୁବାର ସକାଳ ୮ଟା ୧୭ ମନିଟରୁ ସୂର୍ଯ୍ୟୋପରାଗ ଆରମ୍ଭ ହୋଇ ୯ଟା ୩୧ ବେଳକୁ ପୂର୍ଣ୍ଣଗ୍ରାସ ହେବ ଏବଂ ଦିନ ୧୦ଟା ୫୭ ମିନିଟ୍‌ରେ ସର୍ବମୋକ୍ଷ ହେବ । ୧୯୬୨ ମସିହାରେ ଏଭଳି ସୂର୍ଯ୍ୟୋପରାଗ ଦୃଶ୍ୟମାନ ହୋଇଥିଲା ।

କର୍କଟ, ସିଂହ, ତୁଳା, କନ୍ୟା, ବିଛା ଓ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଶୁଭ ହେବ। ଅନ୍ୟ ରାଶି ମାନଙ୍କ ପାଇଁ ଅଶୁଭ ରହିବ। ୨୫ ତାରିଖ ୮ଟା ୨୦ ମିନିଟ୍‌ ପରେ ପାକତ୍ୟାଗ କରାଯାଇଛି। ଏହି ସମୟରେ ସମସ୍ତ ଦେବନୀତି ନିଷେଧ ରହିବ। ଭାରତ ସହିତ ଶ୍ରୀଲଙ୍କା, ସାଉଦି ଆରବ, ସୁମାତ୍ରା ଓ ବୋର୍ଣ୍ଣିଓରେ ମଧ୍ୟ ଏହି ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ । ସୂର୍ଯ୍ୟୋପରାଗ ପାଇଁ ଆସନ୍ତା ୨୬ ତାରିଖରେ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.