Below header

ଢେଙ୍କାନାଳ : ହଜିଗଲା ମାନବିକତା, ବୃଦ୍ଧା ଶାଶୂକୁ ମିଶି ପିଟିଲେ ଦୁଇ ବୋହୂ

ଢେଙ୍କାନାଳ : ହଜିଗଲା ମାନବିକତା। ବୃଦ୍ଧା ଶାଶୂକୁ ପିଟିଲେ ଦୁଇ ବୋହୂ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥାନାରେ ଏତଲା ଦେଲେ ବୃଦ୍ଧା। ଢେଙ୍କାନାଳ ଜିଲ୍ଲା ଭୁବନ ଲତାବିଲ ଗାଁରେ ଘଟିଛି ଏହି ଘଟଣା। ଦୁଇ ବୋହୂ ଡଲି ଓ ମୀରା ଅକଥନୀୟ ଯନ୍ତ୍ରଣା ଦେଇଛନ୍ତି ୭୫ ବର୍ଷିୟା ଶାଶୁ ମୁକୁତା ନାୟକଙ୍କୁ। ସ୍ୱାମୀଙ୍କ ମୃତ୍ୟୁ ପରେ ବଡ କଷ୍ଟରେ ପିଲାମାନଙ୍କୁ ବଡ କରିଥିଲେ ମୁକୁତା। ଆଶା ରଖିଥିଲେ ପୁଅ ବଡ ହେଲେ ତାଙ୍କ ସାହାରା ହେବେ। ହେଲେ ସ୍ୱପ୍ନ ସବୁ ସ୍ୱପ୍ନରେ ରହିଗଲା। ଦୁଇ ବୋହୂ ମିଶି ଶାଶୂଙ୍କୁ ନିର୍ଯାତନା ଦେବା ସହ ମାଡ ମାରିଛନ୍ତି। ହେଲେ ସବୁ ଦେଖି ବି ଦୁଇ ପୁଅ ନ ଦେଖିବା ପରି ହେଉଥିବା ଭୁବନ ଥାନାରେ ଅଭିଯୋଗ କରିଛନ୍ତି ମୁକୁତା। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.