Below header

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ମାଟ୍ରିକ ପରୀକ୍ଷା ଫିସ୍‌ ଛାଡ କଲେ ସରକାର

ଭୁବନେଶ୍ୱର (କେନ୍ୟୁଜ) : ମାଟ୍ରିକ ପରୀକ୍ଷା ଫି ଛାଡ କଲେ ମୁଖ୍ୟମନ୍ତ୍ରୀ। ସିଏମଙ୍କର ଏହି ପଦକ୍ଷେପ ଦ୍ୱାରା ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ପରୀକ୍ଷା ଫି ଛାଡ ପାଇଁ ୨୭ କୋଟି ବ୍ୟୟଭାର ବହନ କରିବେ ସରକାର।ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମାଟ୍ରିକ ପରୀକ୍ଷା ପାଇଁ ପ୍ରତି ପିଲାଙ୍କୁ ୪୨୦ ଟଙ୍କା ଫି ଦେବାକୁ ପଡିଥାଏ। କରୋନା ମହାମାରୀ କାରଣରୁ ୨୦୨୧-୨୧ ଶିକ୍ଷା ବର୍ଷ ଅନେକ ଭାବେ ପ୍ରଭାବିତ ହୋଇଛି। କରୋନା କାରଣରୁ ବହୁତ ଲୋକଙ୍କର ଜୀବନଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ଅର୍ଥ ଅଭାବ ପାଇଁ କୌଣସି ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହେଉଥିବା ପିଲା ମଧ୍ୟ ପରୀକ୍ଷା ଦେଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.