ନୟାଗଡ଼ : ଯଦୁପୁର ନାବାଳିକା ହତ୍ୟା ମାମଲାରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ SITକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୟାଗଡ଼(କେନ୍ୟୁଜ୍‌) :  ଯଦୁପୁର ନାବାଳିକା ହତ୍ୟା ମାମଲାରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ଏସଆଇଟି (SIT) କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ତଦନ୍ତ ପାଇଁ ୨ ମାସ ଅଧିକ ସମୟ ମଧ୍ୟ ଦେଇଛନ୍ତି କୋର୍ଟ । ଗତ ୧୬ ତାରିଖରେ ଦାଖଲ ହୋଇଥିବା ରିପୋର୍ଟ ପଢ଼ିବା ପରେ ଏପରି ନିଷ୍ପତ୍ତି ଶୁଣାଇଛନ୍ତି ମୁଖ୍ୟ ବିଚାରପତି ।

ଘଟଣାର ତଦନ୍ତ ଜାରି ରହିଥିବା ବେଳେ ମାର୍ଚ୍ଚ ୨୫ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି । ଏହାପୂର୍ବରୁ ଏସ୍ଆଇଟି ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ପକ୍ଷରୁ କୁହାଯାଇଛି। ସିବିଆଇ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଦୁଇଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିବା ବେଳେ ଦୁଇଟିଯାକ ମାମଲାର ଏକତ୍ର ଶୁଣାଣି ହୋଇଛି ।

ମୃତ ନାବାଳିକାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ହାଇକୋର୍ଟରେ ଆବେଦନ କରାଯାଇଛି । ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଅଭିଯୁକ୍ତ ମନା କରିବାରୁ ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଛି । ଆସନ୍ତାକାଲି (ବୁଧବାର) ଏହା ଉପରେ ଶୁଣାଣି ହେବ । ଅଭିଯୁକ୍ତ ନାବାଳକକୁ ଏବେ ଅନୁଗୁଳ ବାଳ ସୁଧାର ଗୃହରେ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.