Below header

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି, ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌) : ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆସନ୍ତାକାଲି ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ରାଜନୈତିକ ଦଳର ମତାମତ ଲୋଡିବେ ନିର୍ବାଚନ କମିଶନ ।

ଆସନ୍ତାବର୍ଷ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ସୁଦ୍ଧା ଜିଲ୍ଲା ପରିଷଦର କାର୍ଯ୍ୟକାଳ ଶେଷ ହେବ । ଏହାପୂର୍ବରୁ ପଞ୍ଚାୟତ ନିର୍ବାଚନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ନିର୍ବାଚନ କମିଶନ।

ଚୂଡ଼ାନ୍ତ ହେଲା ଆସନ ସଂରକ୍ଷଣ । ଏବେ ରାଜ୍ୟ ନିର୍ବାଚନ କମିଶନଙ୍କ ଫୋକସରେ ଭୋଟର ତାଲିକା ସଂଶୋଧନ। ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ । ରାଜନୈତିକ ଦଳଗୁଡ଼ିକ ଠାରୁ ମତାମତ ଲୋଡ଼ିବେ କମିଶନ। ଏହା ପୂର୍ବରୁ ନିର୍ବାଚନ କମିଶନ ଭିଡିଓ କନଫରେନ୍ସିଂରେ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଏଥର ସେଣ୍ଟ୍ରାଲ କାଉଣ୍ଟିଂ ହେବ ।

ବୁଥ ସ୍ତରରେ କାଉଣ୍ଟିଂ ନ ହୋଇ ଏଥର ବ୍ଲକସ୍ତରରେ ଭୋଟ ଗଣତି କରାଯିବ । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଗତିବିଧି ମଧ୍ୟ ଜୋରଦାର ହେବାରେ ଲାଗିଲାଣି । ସବୁ ଦଳ ନିଜର ସାଙ୍ଗଠନିକ ଦକ୍ଷତାକୁ ଆହୁରି ମଜଭୁତ କରିବା ପାଇଁ ଲାଗି ପଡ଼ିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.