Below header

ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ୩୯୧୩ ନୂଆ ପଜିଟିଭ ଚିହ୍ନଟ, ଦେଢ଼ ଲକ୍ଷ ଡେଇଁଲା ଆକ୍ରାନ୍ତ ସଂଖ୍ୟା

 ଭୁବନେଶ୍ଵର: ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ୩୯୧୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୦୮୦୭ କୁ ବୃଦ୍ଧି ପାଇଥିବା ବେଳେ ସେମଧ୍ୟରୁ ୩୪ ହଜାର ୮୪୯ଟି ଆକ୍ଟିଭ କେଶ ରହିଛି । ଯେବେକି ୧୧୫୨୭୯ ଜଣ ସୁସ୍ଥ ହୋଇଫେରିଥିବା ଜଣାଯାଇଛି । କହିରଖିବା ଉଚିତ ହେବକି, ଏଯାବତ ରାଜ୍ୟରେ ୨୪୨୩୨୨୪ ଟି ନମୁନା ଟେଷ୍ଟ ସାରିଛି ।

ଆଜିର ଚିନ୍ହଟଙ୍କ ମଧ୍ୟରୁ ୨୩୪୮ ଜଣ କ୍ଵାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ୧୫୬୫ ଜଣ ଲୋକାଲ କଣ୍ଟକଟରୁ ଆକ୍ରାନ୍ତ ହୋଇଥିବା ନେଇ ଜଣାଯାଇଛି । ଖୋର୍ଦ୍ଧ ଜିଲ୍ଲାରୁ ସର୍ବାଧିକ ୫୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୩୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେବେକି ଅନୁଗୁଳରୁ ୧୦୩

ଜଣ, ବାଲେଶ୍ୱରରୁ ୧୩୪ ଜଣ, ବରଗଡ଼ରୁ ୧୪୬ ଜଣ, ଭଦ୍ରକରୁ ୧୨୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ନେଇ ଜଣାଯାଇଛି ।ଅନ୍ୟପକ୍ଷରେ ବଲାଙ୍ଗୀରରୁ ୧୪୨ ଜଣ, ବୌଦ୍ଧରୁ ୬୧ ଜଣ, ଦେବଗଡରୁ ୧୫ ଜଣ, ଢେଙ୍କାନାଳରୁ ୭୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜଣାଯାଇଛି । ଗଜପତିରୁ ୧୬ ଜଣ, ଗଂଜାମର ୮୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ।

ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ଆକ୍ରାନ୍ତ ସଂଖ୍ୟା କମିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଆକ୍ରାନ୍ତ ଚିହ୍ନଟ ସଂଖ୍ୟାରେ ନମ୍ବର ୧ ରେ ରହିଛି । ସେପଟେ ପୁରୀ ଜିଲ୍ଲାରୁ ବି ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ଭିତରେ ଜିଲ୍ଲାରୁ ୨୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.