ଆଜିଠାରୁ ପରିବର୍ତ୍ତନ ହେଉଛନ୍ତି ବୃହସ୍ପତି, ଏହି ୬ଟି ରାଶିରେ ପଡିବ ଶୁଭ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେପ୍ଟେମ୍ବର ମାସର ବେଶ୍‌ ମହତ୍ତ୍ୱ ରହିଛି। ଏହି ଦିନରେ ୭ ଗ୍ରହଙ୍କ ଚଳନ ବଦଳିଯାଏ। ୧୩ ସେପ୍ଟେମ୍ବରରୁ ବୃହସ୍ପତି ଗ୍ରହର ଚଳନ ପରିବର୍ତ୍ତନ ହୋଇଯାଏ। ୧୨୨ ଦିନ ବକ୍ର ସ୍ଥିତିରେ ରହିବ ପରେ ବୃହସ୍ପତି ଗ୍ରହ ୧୩ ସେପ୍ଟେମ୍ବରରୁ ପରିବର୍ତ୍ତନ ହେଉଛି। ବୃହସ୍ପତି ଗ୍ରହର ଏପରି ବର୍ତ୍ତନ ଯୋଗୁଁ ଅନେକ ରାଶି ଉପରେ ଶୁଭ ପ୍ରଭାବ ପଡିବ।

ରବିବାର ଅର୍ଥାତ୍‌ ଆଜିଠାରୁ କିଛି ରାଶିରେ ଏହାର ଶୁଭ ପ୍ରଭାବ ପଡିବାକୁ ଯାଉଥିବା ବେଳେ କିଛି ରାଶିରେ ଖରାପ ପ୍ରଭାବ ପଡିବାକୁ ଯାଉଛି। ୬ଟି ରାଶିରେ ବୃହସ୍ପତି ଗ୍ରହରେ ପରିବର୍ତ୍ତନ ହେବାକୁ ଯୋଗୁଁ ଶୁଭ ଫଳ ମିଳିଛି। ତେବେଆସନ୍ତୁ ଜାଣିବା, କ’ଣସବୁ ସେହି ରାଶି:

ମେଷ : ଏହି ରାଶିର ବ୍ୟକ୍ତିଙ୍କର ବେପାରରେ ଫାଇଦା ହେବ। ପରିବାରର ସଂପୂର୍ଣ୍ଣ ସହଯୋଗ ମଳିବ। ବଡ ଅଫିସରଙ୍କ ଠାରୁ ପ୍ରଶଂସା ମିଳିବ। ଆଧ୍ୟାତ୍ମିକତା ପ୍ରତି ମନ ବଳାଇବେ।

ବୃଷ : ସମାଜରେ ମାନ ସମ୍ମାନ ବଢିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ଧନରେ ଲାଭ ମିଳିବ। ସନ୍ତାନର ଭବିଷ୍ୟ ଚିନ୍ତା ଦୂର ହେବ।

ସିଂହ: ପରିବାରରେ ନୂଆ ସଦସ୍ୟ ଆସିପାରନ୍ତି। ଛାତ୍ରଙ୍କ ପାଇଁ ଶୁଭ ଖବର ମିଳିବ। ସଂପର୍କରେ ସୁଧାର ଆସିବ।

planet

କର୍କଟ : ପୈତୃକ ସମ୍ପତ୍ତିର ବିବାଦ ଘଟିବ। ଆୟ ବଢିବ, ଯେଉଁ ଲୋକ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଚାକିରି ମିଳିବ।

ମକର : ଅଫିସ ଏବଂ ବେପାରରେ ଦୁହିଁଙ୍କ ମଧ୍ୟରେ ସମୟ ଭଲ ରହିବ। ପରିବାର, ଭାଇ- ଭଉଣୀ ସହିତ ସମ୍ପର୍କ ଭଲ ରହିବ। ଗରିବଙ୍କୁ ସାହାଯ୍ୟ କରିବାର ପ୍ରେରଣା ମିଳିବ।

କୁମ୍ଭ: ଆୟ ବଢିବ, ଅଫିସରେ ବଡ ଅଧିକାରୀଙ୍କ ସହଯୋଗ ମିଳିବ। ସମାଜରେ ସମ୍ମାନ ମିଳିବ। ଯେଉଁ କାମ ହାତକୁ ନେବେ ସଫଳତା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.