Below header

WhatsAppରେ ଆସୁଛି ଧମାକେଦାର ଫିଚର୍ସ, ୟୁଜର୍ସଙ୍କ ମିଳିବ ନୂଆ ଅନୁଭବ

ହ୍ଵାଟସଅପ୍‌  ନିଜ ଆପରେ ଅନେକ ନୂଆ ଅପଟେଡସ୍‌ ଉପରେ କାମ କରୁଛି। କମ୍ପାନୀ ନିଜର ଆଣ୍ଡ୍ରଏଡ ବିଟା ଭର୍ସନରେ ନୂଆ ଫିଚର୍ସକୁ ମଧ୍ୟ ଟେଷ୍ଟିଙ୍ଗ୍‌ କରୁଛି। WABetaInfoର ଏକ ରିପୋର୍ଟ ଅନୁଯାୟୀ କମ୍ପାନୀ ଏହି ଫିଚର୍ସ ଉପରେ କାମ କରୁଛି, ଯାହାକୁ ଆଣ୍ଡ୍ରଏଡ୍‌ ପାଇଁ ବିଟା ଭର୍ସନରେ ଦେଖା ଯାଇଛି।

କମ୍ପାନୀର ନୂଆ କଲ୍‌ ବଟନ, ଡୁଡଲ ଅପସନ୍‌ ଏବଂ ବିଜନେସ୍‌ ଆକାଉଣ୍ଟ ପାଇଁ ନୂଆ କ୍ୟାଟଲଗ ସର୍ଟକଟ ଆଣିବାକୁ ଯାଉଛି। ନୂଆ ‘Add WhatsApp Doodles’ ଅପସନ୍‌ ଏବେ ଟେଷ୍ଟିଙ୍ଗ ଷ୍ଟେଜରେ ରହିଛି। ଏହି ଫିଚରରେ ୟୁଜର୍ସ ନିଜର ଓ୍ଵାଲପେପରକୁ ଆହୁରି ଆକର୍ଷଣୀୟ ବନାଇପାରିବେ।

ଏହାସହିତ ହିଁ ଆଉ ଏକ ନୂଆ ‘Call’ ଫିଚର ଉପରେ ମଧ୍ୟ ହ୍ଵାଟସଆପ୍‌ କା କରୁଛି। ଏହି ନୂଆ କଲ୍‌ ବଟନ୍‌ ଭିଡିଓ କଲିଙ୍ଗ୍‌ ଏବଂ ଭଏସ କଲିଙ୍ଗ୍‌ କମ୍ବିନେସନରେ ହିଁ ହେବ। ଏଥିରେ ୟୁଜର୍ସଙ୍କୁ ଉଭୟ କଲିଙ୍ଗ୍‌ ପାଇଁ ଗୋଟିଏ ବଟନ ଦବାଇବାକୁ ହେବ।

ଆଣ୍ଡ୍ରଏଡ ପାଇଁ WhatsApp 2.20.200.3 ବିଟାରେ ନୂଆ ଅପସନ୍‌ ‘Add WhatsApp Doddles’ ସ୍ପଟ କରାଯାଇଛି। ଏହି ଫିଚର ମଧ୍ୟ ଏବେ ବିଟା ୟୁଜର୍ସ ପାଇଁ ଉପଲବ୍ଧ ହୋଇନାହିଁ। ଏହି ଫିଚରରେ ୟୁଜର୍ସ ଚାଟ ଓ୍ଵାଲପେପରରେ ଡୁଡଲକୁ ଲଗାଇପାରିବେ। କମ୍ପାନୀ ଏକ ନୂଆ କଲ୍‌ ଡିଟେଲ ଉପରେ କାମ କରୁଛି। ଏହି କଲ୍‌ ବଟନ୍‌ ଭିଡିଓ ଏବଂ ଭଏସ କଲ୍‌ ପାଇଁ ଦିଆଯାଇଥିବା ସର୍ଟକଟକୁ ଗୋଟିଏରେ ଲଗାଇବେ। ଆପରେ ଭିଡିଓ କଲ୍‌ ପାଇଁ ଏବଂ ଭଏସ କଲ୍‌ ପାଇର୍ ଏବେ ଅଲଗା ଅଲଗା ଆଇକନ ଦିଆଯାଇଛି। କିନ୍ତୁ ନୂଆ ବଟନ ଏହି ଉଭୟ କଲ ପାଇଁ କାମରେ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.