Below header

ଓଡ଼ିଶାରେ କରୋନା ନେଲା ଆଉ ଦୁଇ ଜୀବନ, ରାଜ୍ୟରେ ୧୪ ଛୁଇଁଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ଆଜି ରାଜ୍ୟରେ କରୋନା ସଂକ୍ରମଣ କାରଣରୁ ଦୁଇ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ମୃତକଙ୍କ ମଧ୍ୟରୁ ଜଣେ ବରଗଡ଼ ଜିଲ୍ଲାର ୭୬ ବର୍ଷୀୟ ବୃଦ୍ଧ ହୋଇଥିବା ବେଳେ ଆଉ ଜଣେ ଗଂଜାମ ଜିଲ୍ଲାର ୪୯ ବର୍ଷୀୟ ବ୍ୟକ୍ତି ବୋଲି ଜଣାଯାଇଛି ।

ବରଗଡ଼ ଜିଲ୍ଲାର ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସେ ଦୀର୍ଘ ଦିନ ହେବ ଡାଇବେଟିସ ବା ମଧୁମେହ ରୋଗରେ ମଧ୍ୟ ପୀଡିତ ଥିଲେ ।

ଅନ୍ୟପକ୍ଷରେ ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ପଜିଟିଭ ବୋଲି ଜଣାପଡ଼ିବା ପରେ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ । ସୂଚନା ମୁତାବକ ସେ ଅନେକ ଦିନରୁ କ୍ରୋନିକ ଅବଷ୍ଟ୍ରକ୍ଟିଭ ପଲମୋନାରୀ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ପରେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା ।

ଅନ୍ୟପକ୍ଷରେ ଆଜି ନବରଙ୍ଗପୁର ଜିଲ୍ଲାର ଜଣେ ୧୭ ବର୍ଷୀୟ ଯୁବକ ମଧ୍ୟ ପ୍ରାଣ ହରାଇଛନ୍ତି । ସେ ଦୀର୍ଘ ଦିନ ହେବ ଉଚ୍ଚ ମଧୁମେହ ରୋଗରେ ଚିକିତ୍ସିତ ହେଉଥିଲେ । କିନ୍ତୁ ପରେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଯେବେକି, ପୁରୀ ଜିଲ୍ଲାର ଜଣେ ୫୩ ବର୍ଷୀୟ ବ୍ୟକ୍ତି ମଧ୍ୟ ଆଜି ମଧ୍ୟ ପ୍ରାଣ ହରାଇଛନ୍ତି । ସେ କ୍ୟାନ୍ସର, ହେପାଟିକ ଆରଟେରୀ ସେଡୋଆନିଉସିୟମ ଓ ହେମା ଟେମେସିସ ରୋଗରେ ପୀଡିତ ଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.