ସୂର୍ଯ୍ୟୋପରାଗ ବେଳେ ଶାରୀରିକ ସମ୍ପର୍କ ରଖିବା ଉଚିତ୍‌ ନା ଅନୁଚିତ୍‌, ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ

ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଜୁନ୍‌ ୨୧ ତାରିଖ ଅର୍ଥାତ୍‌ ଆଜି ଦୃଶ୍ୟମାନ ହେବ। ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ଘୋଡ଼େଇ ରଖିବ। ଫଳରେ ଆକାଶରେ ହୀରା ମୁଦି ଆକାରର ସୂର୍ଯ୍ୟ ଦୃଶ୍ୟମାନ ହେବେ। ପରାଗକୁ ନେଇ ଜ୍ୟୋର୍ତିବିତ୍‌ମାନେ ବିଭିନ୍ନ ଭବିଷ୍ୟତବାଣୀ କରିଛନ୍ତି। ପରାଗ ବେଳେ କେତେକ କାମ କରିବାକୁ ନିଷେଧ କରାଯାଇଥିବା ବେଳେ ସ୍ୱତନ୍ତ୍ର ପୂଜାବିଧି କରିବାକୁ କୁହାଯାଇଛି। ଏହି ସମୟରେ ଶାରୀରିକ ସମ୍ପର୍କ ରଖିବାକୁ ନେଇ ମଧ୍ୟ ଶାସ୍ତ୍ରରେ ବର୍ଣ୍ଣିତ ରହିଛି।

Surya Grahan 2019 in India: How to watch annular Solar Eclipse ...

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପରାଗ ବେଳେ ଶାରୀରିକ ସମ୍ପର୍କ ରଖିବାକୁ କୌଣସି ସ୍ଥାନରେ ମନା କରାଯାଇନାହିଁ। କିନ୍ତୁ ଏହି ସମୟରେ ସମ୍ବନ୍ଧ ରଖିଲେ ଜାତ ହେଉଥିବା ପିଲାଟି ଅସୁର ସ୍ୱଭାବର ହୋଇଥାଏ। ପରାଗ ବେଳାକୁ ଅଶୁଭ କୁହାଯାଉଥିବାରୁ ସାଧାରଣତଃ ଲୋକମାନେ ଏହି ସମୟରେ ସେକ୍ସ ଠାରୁ ଦୂରେଇ ରହିଥାନ୍ତି। ଅନ୍ୟପଟେ ଆଉ କିଛି ବିଶେଷଜ୍ଞଙ୍କ କହିବାନୁସାରେ ସୂର୍ଯ୍ୟୋପରାଗ ବେଳେ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଜୀବନରେ ଦୁଃଖ ମାଡ଼ିଆସେ।

8 Tips for Improved Physical Relationship in Marriage

ତେଣୁ ସୂର୍ଯ୍ୟୋପରାଗ ବେଳେ ଅନ୍ତରଙ୍ଗ ନ ହେବା ପାଇଁ ବିଶେଷଜ୍ଞ କହିଛନ୍ତି। କିଛି ମୁହୂର୍ତ୍ତର ସୁଖ ପାଇଁ ଶିଶୁର ଜୀବନ ନଷ୍ଟ ହୋଇଯାଇପାରେ। ଏଣୁ ସୂର୍ଯ୍ୟୋପରାଗ ବେଳେ ପ୍ରେମରୁ ବିରତ ରହି ଭଗବାନଙ୍କୁ ଧ୍ୟାନ କରିବାକୁ ଜ୍ୟୋର୍ତିବିଦ୍‌ ମତ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଆଜି ଭାରତର ରାଜସ୍ଥାନ, ହରିୟାଣା ଓ ଉତ୍ତରାଖଣ୍ଡରେ ସୂର୍ଯ୍ୟୋପରାଗ ଆଂଶିକ ଦୃଶ୍ୟମାନ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.