ଫାଦର୍ସ ଡେ’ରେ ଗୁଗଲ ବନାଇଲା ଖାସ୍‌ ଡୁଡଲ, ତିଆରି କଲା ଡିଜିଟାଲ କାର୍ଡ

ଆଜି ଫାଦର୍ସ ଡେ’ରେ ଗୁଗଲ ସ୍ୱତନ୍ତ୍ର ଡୁଡଲ ବନାଇଛି। ଏହି ଡୁଡଲ ଜରିଆରେ ୟୁଜର୍ସ ନିତା ପିତାଙ୍କ ପାଇଁ ଡିଜିଟାଲ କାର୍ଡ ତିଆରି କରିପାରିବେ। କରୋନା ମହାମାରୀ ଯୋଗୁଁ ଅନେକ ସେମାନଙ୍କ ପିତାମାତାଙ୍କ ଠାରୁ ଦୂରରେ ରହିଛି। ଏହି ସମୟରେ ଏପରି ଦିନକୁ ସ୍ୱତନ୍ତ୍ର କରିବା ପାଇଁ ଗୁଗୁଲ ଏମିତି କରିଛି। ପୂର୍ବରୁ ଏମିତି ସ୍ୱତନ୍ତ୍ର ଦିନରେ ନିଜ ବାପାଙ୍କୁ ହାତରେ କାର୍ଡ ବନାଇ ଦିଆଯାଉଥିଲା, ସେହି ଦିନକୁ ମନ ପକାଇବା ପାଇଁ ଗୁଗଲ ଏପରି କରିଛି।

dd

ଏଥିରେ ଗୁଗଲ ଏକ ଖାସ୍‌ ଉପାୟରେ ଲେଖିଛି। ଗୁଗଲ ଏହାକୁ ଲେଖିବା ପାଇଁ ରିବନ, କଇଁଚି, ଲଫାପା ଏବଂ ପେନସିଲ ଭଳି ଜିନିଷ ବ୍ୟବହାର କରିଛି। ଆପଣ ଡୁଡଲ ଉପରେ କ୍ଲିକ କରିବା ମାତ୍ରେ ଏକ କ୍ରାଫ୍ଟ ପେଜ ପଫ୍‌ଅପ୍‌ ଆପେ ଆପେ ହୋଇଯିବ। ଆପଣ ଏହା ସାହାଯ୍ୟରେ ଫାଦର୍ସ ଡେ’କୁ ସ୍ପେଶାଲ କରିବା ପାଇଁ କାର୍ଡ ବନାଇପାରିବେ। ଆପଣ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ଇମେଲ ଜରିଆରେ ନିଜ ପିତାଙ୍କ ପାଖକୁ ପଠାଇପାରିବେ।

ସୂଚନାଯୋଗ୍ୟ, ଫାଦର୍ସ ଡେ’ ଅବସରରେ ଗୁଗଲ ଅଷ୍ଟମ ଡୁଡୁଲ ବନାଇଛି। ୧୯୧୦ରେ ଓ୍ଵାଂଶିଟନରେ ପ୍ରଥମ ଥର ଫାଦର୍ସ ଡେ ମନାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.