Below header

୨୪ ଘଣ୍ଟାରେ ସର୍ବାଧିକ ୩୦୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୫୦୦୦ ଟପିଲା ମୋଟ ସଂକ୍ରମିତ ସଂଖ୍ୟା

ଭୁବନେଶ୍ୱର: ଆଜି ରାଜ୍ୟରେ ୩୦୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଓଡ଼ିଶାରେ ମୋଟ ସଂକ୍ରମିତ ସଂଖ୍ୟା ୫୧୬୦ ଛୁଇଁଛି । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ ଜଣ କ୍ଵାରେଣ୍ଟୀନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୨ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି । କହିରଖିବା ଉଚିତ ହେବକି ଆଜି ରାଜ୍ୟରେ ବାହାରିଥିବା ନୂଆ ପଜିଟିଭ ୨୧ ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଯେବେକି ଏନଡିଆରଏଫ ଓ ଅଗ୍ନିଶମ ବିଭାଗରୁ ୪୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

କହିରଖିବା ଉଚିତ ହେବକି ଆଜି ଗଜପତି ଜିଲ୍ଲାରୁ ସର୍ବାଧିକ ୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଂଜାମ ଜିଲ୍ଲାରୁ ୪୦ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଖୋର୍ଦ୍ଧ ରୁ ୫ଜଣ, ମାଲକାନଗିରିରୁ ୨ ଜଣ, କଟକରୁ ୧୩ ଜଣ, ନୟାଗଡ଼ରୁ ୩ ଜଣ, ଜଗତସିଂହପୁରରୁ ୨୯ ଜଣ, ଝାରସୁଗୁଡାରୁ ୨୫ଜଣ, ବାଲେଶ୍ୱରରୁ ୧୭ ଜଣ ପଜିଟିଭ ବାହାରିଛନ୍ତି । ଯେବେକି ଢେଙ୍କାନାଳରୁ ଜଣେ, ସୋନପୁର ରୁ ୪ଜଣ, କନ୍ଧମାଳରୁ ୧୨ ଜଣ, ଭଦ୍ରକରୁ ୧୧ ଜଣ, ବରଗଡ଼ରୁ ୧୪ ଜଣ, ଯାଜପୁରରୁ ୨୧ ଜଣ, ପୁରୀରୁ ୩ ଜଣ ପଜିଟିଭ ବାହାରିଛନ୍ତି ।

ଏହା ସହ ସୁନ୍ଦରଗଡରୁ ଜଣେ, ସମ୍ବଲପୁରରୁ ୨ ଜଣ, ବଲାଙ୍ଗୀରରୁ ଜଣେ, ମୟୁରଭଞ୍ଜରୁ ୬ ଜଣ, କେନ୍ଦ୍ରାପଡାରୁ ୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  କହିରଖିବା ଉଚିତ ହେବକି, ଏଯାବତ ରାଜ୍ୟରେ ୨୨୪୪୦୧ ଜଣଙ୍କ କରୋନା ଟେଷ୍ଟ ସରିଥିବା ବେଳେ ୫୧୬୦ଟି ପଜିଟିଭ କେଶ ବାହାରିଛି । ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧ ୩୫୩୪ ଜଣ ଆରୋଗ୍ୟ ଲାଭ କରିସାରିଥିବା ବେଳେ ୧୬୦୭ଟି ଆକ୍ଟିଭ କେସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.