Below header

କରୋନା ଚିକିତ୍ସା ପାଇଁ ଖୁବ ଶୀଘ୍ର ବଜାରକୁ ଆସୁଛି ଭାରତୀୟ କମ୍ପାନୀ ନିର୍ମିତ ଔଷଧ

କୋଭିଡ- 19 ସଂକ୍ରମଣ ଚିକିତ୍ସା ପାଇଁ ଆଣ୍ଟିଭାଇରଲ ଔଷଧ ଫାଭିପିିରାଭିର୍‌ ଲଞ୍ଚ କଲା ଭାରତୀୟ କମ୍ପାନୀ ଗ୍ଲେନ୍‌ମାର୍କ ଫାର୍ମାସିଉଟିକାଲ୍‌ସ୍‌ । ଏହାକୁ ବଜାରରେ ପ୍ରବେଶ କରିବା ପାଇଁ ଗ୍ଲେନମାର୍କ କମ୍ପାନୀ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି । CDSCO ର ଆପ୍ରୁଭାଲ ପରେ ଏହାର ଉତ୍ପାଦନ ଓ ବିକ୍ରୀ ଆରମ୍ଭ କରିଛି ମୁମ୍ବାଇ ସ୍ଥିତ ଗ୍ଲେନମାର୍କ ଫାର୍ମାସିଉଟିକାଲ୍‌ସ୍‌ । ଏନେଇ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏହା ସହ ଭାରତୀୟ ଔଷଧ ମହାନିୟନ୍ତ୍ରକ ବା ଡ଼ିଜିସିଆଇ ଏହି ଔଷଧର ମାର୍କେଟିଙ୍ଗ ପାଇଁ ଅନୁମତି ପ୍ରଦାନ କରିଛି । କୋଭିଡ- 19ର ଚିକିତ୍ସା ନେଇ ଖୁବ ଶୀଘ୍ର ଏହାକୁ ସାଧାରଣ ମେଡ଼ିସିନ ଦୋକାନରେ ଉପଲବ୍ଧ ହେବ ବୋଲି ଜଣାଯାଇଛି ।

glenmark

ଯେଉଁମାନଙ୍କ ଠାରେ ସାମାନ୍ୟ କରୋନା ଲକ୍ଷଣ ଦେଖାଦେଇଛି ସେମାନଙ୍କ ଠାରେ ଏହି ଔଷଧ ଶୀଘ୍ର କାମ ଦେବ । ଦେଶବ୍ୟାପୀ ଏହି ଔଷଧ ସହଜରେ ମିଳିବା ନେଇ କମ୍ପାନୀ ପ୍ରତିଶୃତି ଦେବା ସହ ଡାକ୍ତରଙ୍କ ପରାମର୍ଶରେ ସେବନ କରିବାକୁ କହିଛି । ସୂତ୍ରରୁ ଜଣାଯାଇଛି ଯେ ଏହି ଔଷଧର ଗୋଟିଏ ଟାବ୍‌ଲେଟ୍‌ର ଦାମ୍‌ ୧୦୩ ଟଙ୍କା ରଖାଯାଇଛି । ପ୍ରଥମ ଦିନ ୧୮୦୦ ଏମଜିର ଦୁଇଟି ଟ୍ୟାବଲେଟ ଓ ଏହାପରେ ୧୪ ଦିନ ପାଇଁ ୮୦୦ଏମଜିର ଦୁଇଟି ଲେଖାଏଁ ଟାବଲେଟ ନେବାକୁ ହେବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.