IOCL ରେ ଖାଲିପଡିଛି ୬୦୦ ପଦବୀ, ସୁଯୋଗ ସୀମିତ ହାତଛଡା କରନ୍ତୁ ନାହିଁ

ଆପଣ ଚାକିରି କରିବାକୁ ଚାହଁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଡେଟ୍‌ ପକ୍ଷରୁ ଅନେକ ପଦବୀ ଖାଲି ପଡିଛି। ଆପଣ ଯଦି ଏଥିରେ ଆବେଦନ କରିବା ପାଇଁ ଇଚ୍ଛୁକ ରହିଛନ୍ତି , ତେବେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଏଠାରେ ଖାଲିପଡିଥିବା ୫୦୦ ପଦବୀରେ ଆଇଓସିଏଲ୍‌ ଆବେଦନ ଗ୍ରହଣ କରୁଥିବା ବେଳେ ପୁଣି ଆଉ ୧୦୦ ପଦବୀରେ ଆବେଦନ ଗ୍ରହଣ କରୁଛି। ଏହିସବୁ ପଦବୀରେ ଆବେଦନ କରିବାର ଶେଷ ତାରିଖ ଆଜି ରହିଛି।

job

ଶିକ୍ଷାଗତ ଯୋଗ୍ୟତା : ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ପାସ୍‌ କରିଥିବା ବେଳେ ଆଇଟିଆଇରେ ଡିପ୍ଲୋମା କରିଥିବା ଆବଶ୍ୟକ।

ପଦବୀ : ଆକାଉଣ୍ଟାଣ୍ଟ, ଟେକନିସିଆନ ଏବଂ ଟ୍ରେଡ ଆପରାଣ୍ଟିସ୍‌

ପଦବୀ ସଂଖ୍ୟା : ୬୦୦

ବୟସ : ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୪ ବର୍ଷ ନିର୍ଦ୍ଧାରିତ କରାଯାଇଛି।

ମହତ୍ତ୍ୱପୂର୍ଣ୍ଣ ତାରିଖ : ଆବେଦନ କରିବାର ଶେଷ ତାରିଖ ଆଜି ଅର୍ଥାତ୍‌ ୨୧ ଜୁନ ରାତି ୧୨ଟା ପର୍ଯ୍ୟନ୍ତ ରହିଛି।

ଆବେଦନ ପ୍ରକ୍ରିୟା : ଇଚ୍ଛୁକ ପ୍ରାର୍ଥୀIOCL ର ଅଧିକାରିକ େଓ୍ଵବସାଇଟକୁ ଯାଇ ନୋଟିଫିକେସ ଡାଉନଲୋଡ କରନ୍ତୁ। ଏଥିରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.