Below header

ବାହାରିନରୁ ୧୪୨ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭୁବନେଶ୍ୱର ଆସି ପହଞ୍ଚିଲା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ

ଭୁବନେଶ୍ୱର: ବାହାରିନରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭୁବନେଶ୍ୱର ଆସି ପହଞ୍ଚିଲା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ। ବନ୍ଦେ ଭାରତ ମିଶନ ଅଧୀନରେ ଏହି ବିମାନ ଭାୟା ଦିଲ୍ଲୀ ଦେଇ ଭୁବନେଶ୍ୱରରେ ଆସି ପହଞ୍ଚିଛି । ଏଆଇ ୦୯୪୦ ନମ୍ବର ଥିବା ବିମାନ ଗତକାଲି ଅପରାହ୍‌ଣ ୧ଟା୫ରେ ବାହାରିନ ଅନ୍ତର୍ଜାତୀୟ ବିମାନ ବନ୍ଦର ଛାଡ଼ିଥିଲା। ରାତି ୧୧:୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା। ଏହି ବିମାନ ଯୋଗେ ୧୪୨ ଜଣ ଶ୍ରମଜୀବୀ ଏବଂ ତାଙ୍କ ପରିବାର ଆସିଥିବା ଜଣାପଡ଼ିଛି।

air india new

କହିରଖିବା ଉଚିତ ହେବକି, ବନ୍ଦେ ଭାରତ ମିଶନ ଯୋଗେ ବାହାରିନରୁ ପ୍ରଥମ ବିମାନ ଭୁବନେଶ୍ୱର ଅଭିମୁଖେ ଆସିଛି । କରୋନା ସଙ୍କଟ ପରେ ବାହାରିନରେ ଅନେକ ପ୍ରବାସୀ ଓଡ଼ିଆ ଭିଟାମାଟିକୁ ଫେରିବାକୁ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ଅନ୍ୟାନ ଅସୁବିଧା କାରଣରୁ ସେମାନେ ଆସି ନପାରି ସେଠାରେ ହିଁ ଫସି ରହିଥିଲେ। ଓଡ଼ିଶା ପ୍ରତ୍ୟାବର୍ତ୍ତନ ପାଇଁ ବାହାରିନ ଓଡ଼ିଆ ସମାଜ ଭାରତ ସରକାର, ଓଡ଼ିଶା ସରକାର ଓ ବାହାରିନ ସ୍ଥିତ ଭାରତୀୟ ଦୂତାବାସଙ୍କୁ ଅନୁରୋଧ କରିଥିଲେ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆଦି ସମସ୍ତଙ୍କ ମିଳିତ ଉଦ୍ୟମରେ ଆଜି ପ୍ରବାସୀଙ୍କୁ ନେଇ ବିମାନ ଭୁବନେଶ୍ୱର ଆସିଥିବା ଜଣାଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.