ସୁଶାନ୍ତଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ ସଲମାନ, ଫ୍ୟାନଙ୍କୁ କହିଲେ ‘ସୁଶାନ୍ତଙ୍କ ପରିବାରର ସାହାରା ହୁଅ’

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ବଲିଉଡ ବିରୋଧରେ ଲୋକଙ୍କ କ୍ରୋଧ ବଢିବାରେ ଲାଗିଛି। ଏଥିପାଇଁ ସୋସିଆଲ ମିଡିଆ ଟ୍ଵିଟରରେ ସେଲିବ୍ରିଟିଙ୍କ ମଧ୍ୟରେ ଝଡ ସୃଷ୍ଟି ହୋଇଛି। ଏହି କଳାକାରଙ୍କ ମଧ୍ୟରେ ବଲିଉଡର ଦବଙ୍ଗଖାନ ସଲମାନ ଖାନଙ୍କୁ ନେଇ ଅନେକ ଆକ୍ରୋଶ ଦେଖିବାକୁ ମିଳିଛି। ଏପରି ସମୟରେ ସଲମାନ ନିଜ ଫ୍ୟାନଙ୍କୁ ସୁଶାନ୍ତଙ୍କ ଫ୍ୟାନଙ୍କ ସାଥ୍‌ ଦେବାକୁ କହିଛନ୍ତି।

sushnta

ସଲମାନ ଟ୍ଵିଟ୍‌ କରି ନିଜ ଫ୍ୟାନକୁ ଅନୁରୋଧ କରିଛନ୍ତି କି, ସୁଶାନ୍ତଙ୍କ ଫ୍ୟାନ୍‌ମାନଙ୍କ ସହିତ ଠିଆ ହେବା ସହିତ ତାଙ୍କ ପ୍ରତି କୌଣସି ଖରାପ ଭାଷା ବ୍ୟବହାର ନ କରିଯାଉ। ଭାବନାକୁ ବୁଝିବାକୁ ମଧ୍ୟ କହିଛନ୍ତି। ଏହି ସମୟରେ ସୁଶାନ୍ତଙ୍କ ପରିବାରର ସାହାର ହେବାକୁ କହିଛନ୍ତି ଭାଇଜାନ। କୌଣସି ନିଜ ଲୋକ ହରାଇବା ପରେ ପରିବାର ଉପରେ କ’ଣ ବିତେ ତାହା ଜାଣିଛନ୍ତି ସଲମାନ ।

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନଥିବାର ବେଳେ ବଲିଉଡରେ ଏକ ପ୍ରକାର ଝଡ ସୃଷ୍ଟି ହୋଇଛି। ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଥିବା ବେଳେ ବଲିଉଡର ବଡ ବଡ ପ୍ରଯୋଜନ ସୁଶାନ୍ତଙ୍କୁ କୁଆଡେ ଅନେକ ଫିଲ୍ମ ପ୍ରୋଜେକ୍ଟ ଛଡାଇନେଇଥିଲେ ବୋଲି ଖବର ଚର୍ଚ୍ଚା ହେଉଛି। ଏଥିପାଇଁ କରନ ଜୋହରଙ୍କ ଠାରୁ ଆରମ୍ଭ କରି ଏକତା କପୁର, ସାଜିଦ ନାଡିଓ୍ଵାଡଓ୍ଵାଲ, ସଲମାନ ଖାନ ଏମିତି ଆଠ ଜଣଙ୍କ ନାମରେ ମାମଲା ମଧ୍ୟ ରୁଜୁ ହୋଇଛି। କେବଳ ସୁଶାନ୍ତଙ୍କ ଫ୍ୟାନ ନୁହଁନ୍ତି ବରଂ ଅଭିନବ ସିଂ କଶ୍ୟପ ଏବଂ ସୋନୁ ନିଗମ ମଧ୍ୟ ସଲମାନଙ୍କ ନାମରେ ଅଭିଯୋଗ ଆଣିଛନ୍ତି।

 

ବିଭିନ୍ନ ସ୍ଥାନରେ ସଲମାନଙ୍କ କୁଶପୁତ୍ତଳିକା ଦାହ କରାଯାଉଛି। ବିହାରରେ ଥିବା ସଲମାନଙ୍କ ବିଂ ହ୍ୟୁମାନ ଶୋରୁମରୁ ତାଙ୍କ ଫଟୋକୁ ମଧ୍ୟ ହଟାଇଦିଆଯାଇଛି। ଏହାସହିତ ଯେଉଁ ସ୍ଥାନରେ ସଲମାନଙ୍କ ଫଟୋ ସବୁ ଲାଗିଛି, ତାକୁ କାଢି ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.