Below header

ଆଜିର ସୂର୍ଯ୍ୟୋପରାଗ କେଉଁ ରାଶିରେ ପକାଇବ ଖରାପ ପ୍ରଭାବ ଆଉ କେଉଁ ରାଶି ପାଇଁ ଶୁଭ ଜାଣନ୍ତୁ

ଜ୍ୟୋତିଷ ଅନୁଯାୟୀ ଗ୍ରହଣର ବିଶେଷ ମହତ୍ତ୍ୱ ରହିଛି। ଆଜି ବଳୟ ସୂର୍ଯ୍ୟୋପରାଗ ଲାଗିବ, ଯାହା ଆରଦ୍ରା ନକ୍ଷତ୍ର ଏବଂ ମିଥୁନ ରାଶିରେ ହେବ। ପରାଗ ସମୟରେ ଆଙ୍ଗୁଳି ଚାରିପଟେ ମୁଦି ରହେ ଠିକ ସେମିତି ସୂର୍ଯ୍ୟ ଚାରିପଟେ ବଳୟ ରହିବ। ଆଜିର ପରାଗ ଏକ ଚମକପୂର୍ଣ୍ଣ ମୁଦି ଭଳି ଆକୃତିର ଦେଖାଯିବ। ଦେଶର ଅନେକ ସ୍ଥାନରେ ଆକାଶରେ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିବ। ସେହିପରି ଅନେକ ସ୍ଥାନରେ ଆଂଶିକ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିବ। ତେବେ ଏବେ ଆସନ୍ତୁ ଜାଣିବା ଆଜିର ଏହି ସୂର୍ଯ୍ୟୋପରାଗ ରାଶି ଉପରେ ପଡିବ କଣ ପ୍ରଭାବ ପଡିବ।

meeshମେଷ ରାଷି – ଆପଣଙ୍କ ପାଇଁ ଏହି ଗ୍ରହଣ ସକାରାତ୍ମକ ରହିବ। ମାନ-ସମ୍ମାନରେ ବୃଦ୍ଧି ହେବ। ଧନ ଲାଭ ହେବା ସହିତ ଯାତ୍ରା ସମୟରେ ସାବଧାନତା ରକ୍ଷା କରିବା ଜରୁରୀ। ଗାଡି ଚଲାଇବା ସମୟରେ ସର୍ତକତାରେ ରୁହନ୍ତୁ। ଆଜି ଆପଣ ହନୁମାନ ଚାଳିସା ପାଠ କରନ୍ତୁ।

brushaବୃଷ ରାଶି – ଏହି ପରାଗ ଆପଣଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ପରିବାରରେ ବାଦ ବିବାଦ ସ୍ଥିତି ଉତ୍ପନ୍ନ ହୋଇପାରେ। ଚାକିରି କ୍ଷେତ୍ରରେ ମଧ୍ୟ ସମସ୍ୟା ବଢ଼ିପାରେ। ଚାକିରି କ୍ଷେତ୍ରରେ ମଧ୍ୟ ସମସ୍ୟା ବଢ଼ିପାରେ। ଗୁରୁ ମନ୍ତ୍ରର ଜପ କରନ୍ତୁ ଏବଂ ମା ଲକ୍ଷ୍ମୀଙ୍କୁ ସାଧନା କରନ୍ତୁ। ଅନ୍ନ ଦାନ କରିବା ଲାଭକାରୀ ହେବ।

mithunମିଥୁନ ରାଶି – ସ୍ୱାସ୍ଥ୍ୟ ଉପରେ ଆପଣ ବିଶେଷ ଧ୍ୟାନ ରଖିବା ଆବଶ୍ୟକ। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ। ଜପ, ଧ୍ୟାନ ଏବଂ ସାଧନା କରନ୍ତୁ। ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

karkatକର୍କଟ ରାଶି – ଜମି-ବାଡି ଏବଂ ବାହନ ସହ ଜଡିତତ ମାମଲାରେ ସାବଧାନ ରୁହନ୍ତୁ। ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି। ନୂତନ ବନ୍ଧୁ ବନାଇବାରେ ସାବଧାନ ରକ୍ଷା କରନ୍ତୁ। ସ୍ୱାସ୍ଥ୍ୟକୁ ନେଇ ସଜାଗ ରୁହନ୍ତୁ। ଗ୍ରହଣର ଖରାପ ପ୍ରଭାବକୁ କମ୍‌ କରିବା ପାଇଁ ଦୁଃଖୀ ଦରିଦ୍ରଙ୍କୁ ଜିନିଷ ଦାନ କରନ୍ତୁ।

singhସିଂହ ରାଶି – ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ। ଜୀବନସାଥିଙ୍କ ସହିତ ସମ୍ବନ୍ଧ ମଜବୁତ ହେବ। ଧନ କମାଇବା ଲାଳସାରେ ଭୁଲ ନିଷ୍ପତ୍ତି ନେବା ଠାରୁ ଦୁରେଇ ରୁହନ୍ତୁ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ଶୁଣିପାରନ୍ତି। ଗାଡି ସାବଧାନରେ ଚଲାନ୍ତୁ ଏବଂ ମାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

kanyaକନ୍ୟା ରାଶି -ଆପଣଙ୍କ ପାଇଁ ସୂର୍ଯ୍ୟୋପରାଗ ଲାଭକାରୀ ହେବ। କିନ୍ତୁ କାଯ୍ୟର୍ସ୍ଥଳରେ କାମ କରିବା ସମୟରେ ସର୍ତକରେ ରହିବା ଆବଶ୍ୟକ। ନିବେଶରେ ଲାଭ ମିଳିବ। ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

libraତୁଳା ରାଶି – ଗ୍ରହଣ ପ୍ରଭାବରେ ଆପଣଙ୍କର କାହାସହିତ ବାଦ ବିବାଦ ହୋଇପାରେ। ଆଇନ ଉଲଙ୍ଘନ କରିବା ଭଳି କାମ କରନ୍ତୁନାହିଁ। ବାପା-ମାଆଙ୍କର ବିଶେଷ ଧ୍ୟାନ ଦିଅନ୍ତୁ। ଚାକିରିରେ ବରିଷ୍ଠ ଅଧିକାରୀଙ୍କ ସହିତ ଭଲ ସମ୍ପର୍କ ରଖି ଚାଲନ୍ତୁ। ବ୍ୟସ୍ତତା ଭିତରେ କୌଣସି ନିର୍ଣ୍ଣୟ ନିଅନ୍ତୁନାହିଁ।

scorpioବିଛା ରାଶି – ଏହି ରାଶିର ବ୍ୟକ୍ତି କୌଣସି ବି ନିର୍ଣ୍ଣୟ ବହୁତ ଭାବିଚିନ୍ତି ନିଅନ୍ତୁ। ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ଦିଅନ୍ତୁ। କର୍ମକ୍ଷେତ୍ରରେ ସମସ୍ୟାର ସାମ୍ନା କରିବାକୁ ପଡିପାରେ।

shanuଧନୁ ରାଶି -ଚୁକ୍ତିନାମା କାମ ଠାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟକୁ ନେଇ ସମସ୍ୟା ହୋଇପାରେ। ବ୍ୟବସାୟୀ ଏହି ସମୟରେ କାମ କରିବାବେଳେ ବହୁତ ସର୍ତକତା ଏବଂ ସାବଧାନ ରଖିବା ଜରୁରୀ। ଜୀବନସାଥିଙ୍କ ସହିତ ବାଦବିବାଦ ହୋଇପାରେ।

makarମକର ରାଶି -ଏହି ସମୟ ଆପଣଙ୍କ ପାଇଁ ଶୁଭ ଅଟେ। ନୂଆ ଚାକିରି ମିଳିବାର ସମ୍ଭାବନା ରହିଛି। ଧାର କରଜ କରିପାରନ୍ତି। ସ୍ୱାସ୍ଥ୍ୟ ଉପରେ ଏହି ପରାଗର ଖରାପ ପ୍ରଭାବ ପଡିପାରେ।

kumbhaକୁମ୍ଭ ରାଶି – ଆପଣଙ୍କୁ ମାନସିକ ଚିନ୍ତା ଘାରିପାରେ। ଏହାସହିତ ଚିନ୍ତାଙ୍କୁ ମଧ୍ୟ ସାମ୍ନା କରିବାକୁ ପଡିପାରେ। ପିଲାଙ୍କ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଗୁରୁ ପୂଜା କରନ୍ତୁ।

minaମୀନ ରାଶି -ଏହି ପରାଗରେ ଆପଣଙ୍କର ସମସ୍ୟା ବଢ଼ିପାରେ। ଆପଣଙ୍କ ଖର୍ଚ୍ଚରେ ଅଚାନକ ବୃଦ୍ଧି ହୋଇପାରେ। ମାନସିକ ଚିନ୍ତା ଅଧିକ ରହିବ। ଶିବଙ୍କୁ ପୂଜା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.