Below header

ଭବିଷ୍ୟର ସଙ୍କେତ ଦେଇଥାଏ ସୂର୍ଯ୍ୟପରାଗ, ଜାଣନ୍ତୁ କିପରି ରହିବ ଆପଣଙ୍କ ଗ୍ରହଣ ପରର ସମୟ

ଆଜି ସୂଯ୍ୟର୍ପରାଗ। ଆଜି ବୈଜ୍ଞାନିକମାନେ ଦେଖିବେ ମହଜାଗତିକ ଦୃଶ୍ୟ। ଓଡିଶା ସମେତ ଭାରତର ସବୁ ଅଞ୍ଚଳରେ ଏହା ଦେଖାଯିବ। ଏଥର ବଳୟ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିବ। ଜ୍ୟୋତିଷ ଅନୁଯାୟୀ ଗ୍ରହଣର ବିଶେଷ ମହତ୍ତ୍ୱ ରହିଛି। ଆଜି ବଳୟ ସୂର୍ଯ୍ୟୋପରାଗ ଲାଗିବ, ଯାହା ଆରଦ୍ରା ନକ୍ଷତ୍ର ଏବଂ ମିଥୁନ ରାଶିରେ ହେବ। ପରାଗ ସମୟରେ ଆଙ୍ଗୁଳି ଚାରିପଟେ ମୁଦି ରହେ ଠିକ ସେମିତି ସୂର୍ଯ୍ୟ ଚାରିପଟେ ବଳୟ ରହିବ। ଆଜିର ପରାଗ ଏକ ଚମକପୂର୍ଣ୍ଣ ମୁଦି ଭଳି ଆକୃତିର ଦେଖାଯିବ।

44

ଦେଶର ଅନେକ ସ୍ଥାନରେ ଆକାଶରେ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିବ। ଅର୍ଥବ ଦେବରେ ସୂଯ୍ୟପରାଗ କିମ୍ବା ଚନ୍ଦ୍ରଗ୍ରହଣକୁ ଅଶୁଭ ତଥା ଦୁନିର୍ମିତ କୁହାଯାଏ। ରାହୁ ଗ୍ରସ୍ତ ସୂର୍ଯ୍ୟର ଶାନ୍ତି ପାଇଁ ପ୍ରାର୍ଥନା କରାଯାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଗ୍ରହଣ କିମ୍ବା ପରାଗ ପରର ସମୟ ଆପଣଙ୍କ ପାଇଁ କିପରି ରହିବ। ଆପଣଙ୍କ ଆଗାମୀ ଭବିଷ୍ୟତରେ କ’ଣ ପ୍ରଭାବ ରହିବ, ତାହା ବିଷୟରେ ଜାଣିଛନ୍ତି କି। ଆସନ୍ତୁ ଜାଣିବା ଗ୍ରହଣ ପରର ସମୟ ଆପଣଙ୍କ ପାଇଁ କ’ଣ ରହିବ…

– ଗ୍ରହଣ ସରିବା ପରେ ଯଦି ମେଘବର୍ଷା ହୁଏ, ତେବେ ଏହି ସମୟରେ ଇନ୍ଦ୍ରଧନୁଷର ଦର୍ଶନ କରିବା ମଙ୍ଗଳ ହୋଇଥାଏ।

– ଗ୍ରହଣ ପରେ ସୂର୍ଯ୍ୟ ଦେଖିବା ଅମଙ୍ଗଳ ବୋଲି କୁହାଯାଏ।

– ଯାତ୍ରା ସମୟରେ ପବନ ଓଲଟା ଦିଗରେ ଗତି କରିବା ଅଶୁଭ ବୋଲି ଧରାଯାଏ।

images

– ସୂର୍ଯ୍ୟୋଦୟ ତଥା ସୂର୍ଯ୍ୟାସ୍ତ ସମୟରେ ଶୋଇବା ଅମଙ୍ଗଳ ଏବଂ ଅଶୁଭ ହୋଇଥାଏ।

– ସୂର୍ଯ୍ୟଙ୍କ ଆକାର ଧନୁ ଆକାରରେ ଦେଖାଯିବାକୁ ଅଶୁଭ ବୋଲି ଧରାଯାଏ।

– ଗ୍ରହଣ ପରେ ଆପଣ ଯଦି ମଇଳା ପାଣିରେ ସୂର୍ଯ୍ୟଙ୍କ ପ୍ରତିବିମ୍ବ ଦେଖନ୍ତି, ତେବେ ଏହା ଆପଣଙ୍କ ପାଇଁ ଦୁର୍ଭାଗ୍ୟ ଆଣିଦେବ।

– କୌଣସି ପୂଣ୍ୟ ସ୍ଥଳରେ ସ୍ନାନ ଏବଂ ଜପ କରିବା ଦ୍ୱାରା ସୂର୍ଯ୍ୟ ଏବଂ ଚନ୍ଦ୍ରଗ୍ରହଣ ଦୋଷରୁ ମୁକ୍ତି ମିଳିଥାଏ।

uu

– ସୂର୍ଯ୍ୟ ଏବଂ ଚନ୍ଦ୍ରଗ୍ରହଣ ସମୟରେ ପୋଖରୀରେ ଗାଧୋଇବା ଶୁଭ ହୋଇନଥାଏ।

– ସୂର୍ଯ୍ୟ ଚନ୍ଦ୍ର ଭଳି ଦେଖାଯିବା ଅଶୁଭ ଏବଂ ମୃତ୍ୟୁସୂଚକ ବୋଲି ଧରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.