Below header

ଇଏ କି ମାନସିକତା? ବଞ୍ଚି ଥାଉଥାଉ ବୃଦ୍ଧଙ୍କ ପାଇଁ ଶୁଦ୍ଧି ହେଲେ ପରିବାର

କାମାକ୍ଷାନଗର(କେନ୍ଯୁଜ୍): ବଞ୍ଚି ଥାଉଥାଉ ଶୁଦ୍ଧି ହେଲେ ପରିବାର। ବୟସର ସାୟାନ୍ନରେ କାମ କରିବାକୁ ଅକ୍ଷମ ହୋଇଯିବାରୁ ଘର ଲୋକ ପର କରିଦେଇଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି କାମାକ୍ଷାନଗର ତହସିଲର ପର୍ଜଙ୍ଗ ଥାନା ପରମହଂସପୁର ଗାଁ ଶରତ ଚନ୍ଦ୍ର ସାହୁ। ୮୦ ବର୍ଷିୟ ବୃଦ୍ଧ ଆଉ କୌଣସି କାର୍ଯ୍ୟ କରିପାରୁନଥିବାରୁ ସେ ଜୀବିତ ଥିବା ଅବସ୍ଥାରେ ଘର ଲୋକ ଶୁଦ୍ଧିକ୍ରିୟା କରିଦେଇଛନ୍ତି।

ଏନେଇ ସେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଘରେ ପତ୍ନୀ, ଦୁଇପୁଅ ବୋହୂ ଆଉ ଏକ ମାତ୍ର ବିବାହିତ ଝିଅ ଅଛନ୍ତି। କିଛି ବର୍ଷ ତଳେ ସେ ସେ ରାଗରେ ଘର ଛାଡ଼ି ପଳାଇ ଯାଇଥିଲେ। ଆଉ ଘରକୁ ଫେରିବା ପରେ ତାଙ୍କ ନାଁରେ ଶୁଦ୍ଧିକ୍ରିୟା ସରି ଥିବା ଜାଣିବାକୁ ପାଇଛନ୍ତି। ତାଙ୍କୁ ଉଚିତ ନ୍ୟାୟ ଦେବାକୁ ସେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.