Below header

ସୁରକ୍ଷିତ ଅଛନ୍ତି ଗହୀରମଥା ଓ ଋଷିକୁଲ୍ୟା ମୁହାଣକୁ ଆସିଥିବା ଅଲିଭ ରିଡଲେ କଇଁଛ, କରୋନା ସତ୍ୱେ ବିନା ସମସ୍ୟାରେ କରିସାରିଲେଣି ୬ କୋଟି ଅଣ୍ଡାଦାନ

କେନ୍ଦ୍ରାପଡା : ଓଡ଼ିଶାକୁ ଆସିଥିବା ଅତିଥି ସୁରକ୍ଷିତ । ଗହୀରମଥା ଓ ଋଷିକୁଲ୍ୟା ମୁହାଣକୁ ଆସିଥିବା ଅଲିଭ ରିଡଲେ କଇଁଛ ସୁରକ୍ଷିତ ଅଛନ୍ତି । କରୋନା ପାଇଁ କଟକଣା ଲାଗିଥିବା ଯୋଗୁଁ ଅଲିଭ ରିଡଲେ କଇଁଛମାନେ ଅଣ୍ଡାଦାନରେ କୌଣସି ସମସ୍ୟା ହୋଇନାହିଁ । କୂଳରେ ସାଧାରଣ ଲୋକଙ୍କ ଯାତାୟତ ଓ ଶିକାରୀଙ୍କ ସଂଖ୍ୟା ମଧ୍ୟ କମ ରହିଛି । ସମୁଦ୍ର ଭିତରେ ଜାହାଜ ଓ ମାଛଧରା ଡଙ୍ଗା ଉପରେ ମଧ୍ୟ କଟକଣା ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୬ କୋଟି ଅଣ୍ଡାଦାନ କରିଛନ୍ତି ଅଲିଭ ରିଡଲେ । ତେଣୁ ଅତିଥି ସୁରକ୍ଷା ଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.