ସିକନ୍ଦରାବାଦରେ ଫସି ରହିଛନ୍ତି ଓଡ଼ିଆ ଶ୍ରମିକ, ଉଦ୍ଧାର କରିବାକୁ କଲେ ନିବେଦନ

ଯାଜପୁର (କେ ନ୍ୟୁଜ୍‌) : ତେଲେଙ୍ଗାନାର ସିକନ୍ଦରାବାଦରେ ଫସି ରହିଛନ୍ତି କିଛି ଓଡ଼ିଆ ଶ୍ରମିକ । ଏବେ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ସେମାନେ ବହୁତ ବଡ଼ ସମସ୍ୟାରେ ପଡ଼ି ଯାଇଛନ୍ତି । ଏହି ସମସ୍ତ ଶ୍ରମିକ ଯାଜପୁର ଜିଲ୍ଲାର । ସେମାନେ ଦାଦନ ଖଟିବାକୁ ସିକନ୍ଦରାବାଦ ଯାଇଥିଲେ । ଟ୍ରେନ୍‌ ଓ ବସ୍‌ ଚଳାଚଳ ବନ୍ଦ ଯୋଗୁ ଏହି ଶ୍ରମିକମାନେ ଘରକୁ ଫେରି ପାରୁନାହାନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ସେମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଏହି ଶ୍ରମିକମାନେ ଏକ ଭିଡିଓ ରେକର୍ଡ଼ିଂ କରି ପଠାଇଛନ୍ତି ।

ଫସିଥିବା ୨୨ଜଣ ଶ୍ରମିକମାନେ ହେଲେ ଧର୍ମଶାଳା, ବାରବାଟୀ, ବରୁଆଁ ଓ ଯାଜପୁର ରୋଡ଼ ଅଂଚଳର। ଗତ ଏକ ମାସ ହେବ ଏମାନେ ସିକନ୍ଦରାବାଦ ସହର ପାରାଡ଼ାଇଜ ସର୍କଲ ବାଲମୁରାଇ ଅଂଚଳରେ ଥିବା ଏକ ହୋଟେଲରେ କାମ କରିବାକୁ ଯାଇଥିଲେ। ଲକ ଡାଉନ ଯୋଗୁ ଏମାନେ ଏବେ ଗୋଟିଏ ଘରେ ରହି ବହୁ କଷ୍ଟରେ ଜୀବନ ବିତାଉଛନ୍ତି। ଦୋକାନ ବଜାର ବନ୍ଦ ରହିବା ସହ ପାଖରେ ଟଙ୍କା ପଇସା ନଥିବାରୁ ଖାଇବା ମୁଠେ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.