Below header

ଘରଭଡା, ଭରଣ ପୋଷଣ ଆଦି ପାଇଁ ବର୍ଷା ଦାବି କଲେ ୧୫ କୋଟି ଟଙ୍କା, ଜାଣନ୍ତୁ ଆଉ କଣ କଣ ଦାବି କରିଛନ୍ତି

କେନ୍ୟୁଜ୍(ବ୍ୟୁରୋ):   ଓଲିଉଡ  ଚର୍ଚ୍ଚିତ ଯୋଡିଙ୍କ ବିଚ୍ଛେଦ ହେବା ପାଇଁ କୋର୍ଟରେ ମାମଲା। ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣି କୋର୍ଟର ଦ୍ବାରାସ୍ଥ ହୋଇଛନ୍ତି ବର୍ଷା। ପ୍ରତିଦିନ ମଦ ପିଇବା  ସହ ମାନସିକ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗରେ ଉଲ୍ଲେଖ କରିଛନ୍ତି ବର୍ଷା। ପୂର୍ବରୁ ଛାଡପତ୍ର ପାଇଁ ଅନୁଭବ ଦାବି କରିଥିଲେ ମଧ୍ୟ ବର୍ଷା ଏହା କରିନଥିଲେ। କିନ୍ତୁ  ଏବେ ନ୍ୟାୟ ପାଇଁ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି  ବର୍ଷା। ଯଦି ଛାଡପତ୍ର ହୁଏ ତେବେ କେତେକ ଦାବି ରଖିଛନ୍ତି ଅନୁଭବ ମହାନ୍ତିଙ୍କ ଠାରୁ। ଆଉ ସେଗୁଡିକ ହେଲୋ

କ୍ଷତିପୂରଣ ବାବଦରେ ୧୩ କୋଟି ଟଙ୍କା ଦେବାକୁ କହିଛନ୍ତି ବର୍ଷା । ଏହାସହ ମାସକୁ ଘରଭଡା ବାବଦରେ ୨୦ ହଜାର ଟଙ୍କା ଓ ମାସିକ ଭରଣା ପୋଷଣ ପାଇଁ ୫୦ ହଜାର ଟଙ୍କା ଦାବି କରିଛନ୍ତି ବର୍ଷା । ସେହିଭଳି ରୋଜଗାର ଓ ସ୍ୱାସ୍ଥ୍ୟ ପାଇଁ ୨ କୋଟି ଟଙ୍କା ଦାବି କରିଛନ୍ତି ଅଭିନେତ୍ରୀ ବର୍ଷା । ଉଭୟଙ୍କ ବାହାଘର ଫେବ୍ରୁଆରୀ ୮, ୨୦୧୪ରେ ହୋଇଥିଲା । ଏହାର ୬ ବର୍ଷ ପୂର୍ବରୁ ପ୍ରେମ ନିବେଦନ କରୁଥିଲେ ଅନୁଭବ । ବାହାଘର ନହେଲେ ହାତ କାଟିଦେବି ବୋଲି ଧମକ ଦେଉଥିଲେ ଅନୁଭବ । ଏହାପରେ ଉଭୟ ପରିବାରର ସହମତିରେ ବାହାଘର ହୋଇଥିଲା । ବାହାଘରରେ ବର୍ଷାଙ୍କ ପରିବାର ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ବାହାଘର ପରେ ବର୍ଷା ଅନୁଭବଙ୍କ ସହ ଫିଲ୍ମ କରିଥିଲେ ଅନୁଭବ ଟଙ୍କାଟିଏ ଦେଇନଥିଲେ । ଯାହାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପିଟିସନରେ ଦର୍ଶାଇଛନ୍ତି ବର୍ଷା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.