ଗୁରୁ ଦିବସରେ ଗୁରୁଙ୍କୁ ମୃତ୍ୟୁର ଉପହାର, ବାଇକ୍‌ରେ ଯିବା ବେଳେ ଶିକ୍ଷକଙ୍କୁ ଗୁଳି କରି ହତ୍ୟା

ଗୁରୁ ଦିବସରେ ଗୁରୁଙ୍କୁ ବିଭିନ୍ନ ଉପହାର ଦିଆଯାଉଥିବା ବେଳେ ଡେରାଡୁନ୍‌ରେ ଜଣେ ଗୁରୁଙ୍କୁ ମିଳିଛି ମୃତ୍ୟୁର ଉପହାର। ଘରକୁ ଫେରୁଥିବା ବେଳେ ସରକାରୀ ବିଦ୍ୟାଳୟର ସହାୟକ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

ସୁଲତାନପୁରସ୍ଥିତ ଓସ୍‌ପୁର ଗାଁ ନିବାସୀ ଓମ୍‌ ସିଂହ (୪୦) ଘରପାଖ ଚନ୍ଦ୍ରପାଳ ରାଜକୀୟ ପ୍ରାଥମିକ ବିଦ୍ୟାଳୟରେ ସହାୟକ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ରାତି ପ୍ରାୟ ୯ଟା ବେଳେ ସେ ଘରକୁ ଫେରୁଥିବା ବେଳେ କିଛି ବଦମାସ ଆସି ଅଚାନକ ତାଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ। ଗୁଳି ମୁଣ୍ଡରେ ବାଜିବାରୁ ଓମ୍‌ ସିଂହ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ।

teacher

ଗୁଳିମାଡ଼ ଶବ୍ଦ ଶୁଣି ପାଖ ଗାଁଲୋକ ଆସି ଓମ୍‌ଙ୍କୁ ମେଡିକାଲ ନେବା ସହ ପୋଲିସକୁ ଖବର ଦେଇଥିଲେ। ତେବେ ମେଡିକାଲରେ ଡାକ୍ତର ଓମ୍‌ଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ଏହି ମାମଲାରେ ଦୁର୍ବୃତ୍ତଙ୍କୁ ଖୋଜୁଛି ଓ ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ପ୍ରତିଶ୍ରୁତି ଦେଇଛି। ତେବେ ଗୁରୁଦିବସରେ ଗୁରୁଙ୍କୁ ଏଭଳି ବୀଭତ୍ସ ହତ୍ୟା କରାଯିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.