Below header

ରାଜଧାନୀ ଭୁବନେଶ୍ବରରୁ ଆଜି ୪୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ,ଲୋକାଲ କଣ୍ଟାକ୍ଟ କେସ୍ ୧୬୭

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରୁ ଆଜି ୪୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ। ଏଥିରୁ କ୍ବାରେଣ୍ଟାଇନରୁ  ୨୪୨ ଜଣ ଓ ଲୋକାଲ କଣ୍ଟାକ୍ଟ କେସରୁ  ୧୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଟ୍ବିଟ କରି ସୂଚନା ଦେଇଛି ବିଏମସି।  କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର  ଟ୍ରାଭେଲ ହିଷ୍ଟ୍ରୀ ରହିଛି। ବାକି ୨୪୧ ଜଣ ପୂର୍ବ  ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି।  କହରଖଉଛୁ ଯେ, ଭୁବନେଶ୍ୱରରୁ ଏ ପର୍ଯ୍ୟନ୍ତ ୧୨ ହଜାର ୮୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୮୬୭ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ୪୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୮୮୬ ଜଣ ଚିକିତ୍ସାଧୀନ ଅଛନ୍ତି।

ବିଏମ୍‌ସି   ସୂଚନା ଅନୁସାରେ ଚନ୍ଦ୍ରଶେଖରପୁରରୁ ୧୧ ଜଣ, ଚକେଇସିହାଣୀରୁ ୮ ଜଣ, ଷ୍ଟେସନ ଛକ, ନୟାପଲ୍ଲୀରୁ ୭ ଜଣ ଲେଖାଏଁ, ଶିଖରଚଣ୍ଡି ସାହିରୁ ୬ ଜଣ, ୟୁନିଟ-୯ସ୍ଥିତ ଏକ ସରକାରୀ ଅଫିସରୁ ୬ ଜଣ  କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଲୋକାଲ କଣ୍ଟାକ୍ଟରେ ଆଜି ୧୬୭ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିରେ ଭିଏସ୍‌ଏସ୍‌ ନଗରରୁ ୧୦ ଜଣ, ନୟାପଲ୍ଲୀରୁ ୬ ଜଣ, ସହିଦ ନଗର, ଦୂରଦର୍ଶନ କଲୋନି, ଚକେଇସିହାଣୀରୁ ୫ ଜଣ ଲେଖାଏଁ ଅଛନ୍ତି।

ୟୁନିଟ-୩ ସରକାରୀ କ୍ୱାର୍ଟସରୁ ୧୩ ଜଣ, ବଡଗଡ଼ ବ୍ରିଟ କଲୋନିରୁ ୯ ଜଣ, ପଟିଆ ବିଗ ବଜାର ଅଂଚଳରୁ ୮ ଜଣ, ବଡଗଡ଼ ବ୍ରିଟ କଲୋନି, ବରମୁଣ୍ଡା ହାଉସିଂ ବୋର୍ଡ କଲୋନି, ଜାଗମରା, ବାପୁଜୀ ନଗର, ଟଙ୍କପାଣି ରୋଡରୁ ୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରୁ ଆଜି ମୋଟ ୩୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.