Below header

ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଗିରଫ

ଫୁଲବାଣୀ (କେନ୍ୟୁଜ୍) : ଅବକାରୀ ଫ୍ଲାଇଂ ସ୍କ୍ଵାଡ୍ ନିର୍ଗୁଣ୍ଡି ଟୋଲଗେଟରୁ ୧୨୦କେଜିର ଗଞ୍ଜେଇ ଓ କାର ଜବତ କରିଛି। ଫୁଲବାଣୀରୁ କୋଲକାତା ଗଞ୍ଜେଇ ନେଇ ଯାଉଥିବା ବେଳେ ଗାଡିକୁ ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ। ଗିରଫ ଯୁବକ ହେଲେ ସଞ୍ଜୀବ ଦାସ । ସଞ୍ଜୀବ ଦୀର୍ଘଦିନ ହେବ ହୋଣ୍ଡାସିଟି ଗାଡିରେ ଗଞ୍ଜେଇ ଚାଲାଣ କରି ଆସୁଥିଲା ବୋଲି ଅବକାରୀ ଅଧିକାରୀଙ୍କ ନିକଟରେ ସ୍ୱୀକାର କରିଛି। ଜବତ ହୋଣ୍ଡାସିଟିର ମୂଲ୍ୟ ୧୫ ଲକ୍ଷ ଟଙ୍କା ହୋଇଥିବାବେଳେ,ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ନିରୀକ୍ଷକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.